PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics : ଟେନିସରେ ସାନିଆ ଓ ଅଙ୍କିତାଙ୍କ ଯୋଡି କଲେ ନିରାଶ, ବ୍ୟାଡମିଣ୍ଟନରେ ପ୍ରଥମ ମ୍ୟାଚ୍ ମାତ୍ର ୩୦ ମିନିଟ୍‌ରେ ଜିତିଲେ ସିନ୍ଧୁ

https://www.amarujala.com

ଟୋକିଓ,୨୫।୭: ଜାପାନର ଟୋକିଓ ସହରରେ ଆୟୋଜିତ ହେଉଥିବା ଅଲିମ୍ପିକ ଖେଳର ଆଜି ତୃତୀୟ ଦିନ। ଦ୍ବିତୀୟ ଦିନରେ ମୀରାବାଇ ଚାନୁଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ତୃତୀୟ ଦିନରେ ଭାରତକୁ ପଦକ ଆଶା ରହିଛି। ଆଜି ଭାରତୀୟ ଖେଳାଳି, ବ୍ୟାଡମିଟନ୍, ହକି, ବକ୍ସିଂ, ସୁଟିଂ, ଟେବଲ ଟେନିସ, ଟେନିସ ଓ ସୁଇମିଂରେ ଇଭେଣ୍ଟ ରହିଛି। ରବିବାର ଭାରତର ଆରମ୍ଭ ଖୁବ୍ ଖରାପ ରହିଛି ଓ ପଦକର ଦାବିଦାର ମନୁ ଭାସ୍କର ଓ ଯଶସ୍ବୀନି ସିଂହ ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ସ୍ଥାନ ପାଇ ପାରିନଥିଲେ। କିନ୍ତୁ ​‌ଷ୍ଟାର ଶଟଲର ପିଭି ସିନ୍ଧୁ ନିଜର ପ୍ରଥମ ମ୍ୟାଚ୍ ଏକତରଫା ଭାବରେ ଜିତି ଭାରତୀୟ ଫ୍ୟାନଙ୍କୁ ଖୁସି କରିବାର ସୁଯୋଗ ଦେଇଛନ୍ତି। ସେ ଏହି ମ୍ୟାଚ୍‌ରେ ମାତ୍ର ୨୮ ମିନିଟ୍‌ରେ ଜିତି ନେଇଥିଲେ। ଟେନିସରେ ଷ୍ଟାର ଖେଳାଳି ସାନିଆ ମିର୍ଜା ଓ ତାଙ୍କ ଯୋଡିଦାର ଅଙ୍କିତା ରୈନାଙ୍କୁ ପ୍ରଥମ ରାଉଣ୍ଡରେ ପରାଜୟର ସାମନା କରିବାକୁ ପଡିଛି।

ସାନିଆ ମିର୍ଜା ଓ ଅଙ୍କିତା ରୈନା ଭାରତୀୟ ମହିଳା ଯୋଡି ୟୁକ୍ରେନର ଲ୍ୟୁଡାମିଲା କିଚେନୋକ ଓ ନାଦିୟା କିଚେନୋକଙ୍କ ବିରୋଧରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ଭାରତୀୟ ଯୋଡି ୟୁକ୍ରେନର ଯୋଡି ସାମନାରେ ପ୍ରଥମ ସେଟ୍ ୬-୦ରେ ଜିତି ନେଇଥିଲା। କିନ୍ତୁ ୟୁକ୍ରେନର ଯୋଡି ଦ୍ବିତୀୟ ସେଟ୍‌ରେ ୫-୧ ରେ ପଛରେ ପକାଇ ଟାଇବ୍ରେକର ଜରିଆରେ ୧୦-୮ ରେ ନିଜ ନାମରେ କରି ମ୍ୟାଚ୍ ଜିତି ନେଇଥିଲେ।