PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics: ଦୀପିକା ଓ ପ୍ରବୀଣଙ୍କ କମାଲ, ତୀରନ୍ଦାଜି କ୍ଵାର୍ଟର ଫାଇନାଲରେ କଲେ ଏଣ୍ଟ୍ରି

ଟୋକିଓ, ୨୪/୦୭ : ଶୁକ୍ରବାର ବାଜିଛି ଅଲିମ୍ପିକ୍ସ ବିଗୁଲ। ବିଶ୍ବ କ୍ରୀଡ଼ା ମହାକୁମ୍ଭର ଆଜି ଦ୍ବିତୀୟ ଦିନ। ଆଜିର ଦିନ ଭାରତୀୟ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଟୋକିଓ ଅଲମ୍ପିକର ଦ୍ଵିତୀୟ ଦିନରେ ଦୀପିକା ଓ ପ୍ରବୀଣଙ୍କ ଯୋଡି ତୀରନ୍ଦାଜିରେ କ୍ଵାଟର ଫାଇନାଲରେ ପହଞ୍ଚିଛି। ସେପଟେ ଶୁଟିଂରେ ଅପୂର୍ବୀ ଚନ୍ଦେଲା ଏବଂ ଇଲାୱେନିଲ ୱାଲାରିୱନ ମହିଳା ୧୦ ମିଟର ରାଇଫଲ କ୍ଵାଲିଫିକେଶନ ମୁକାବିଲାରେ ପରାଜୟ ବରଣ କରିଛନ୍ତି। ଏଥିସହିତ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡକୁ ୩-୨ରେ ମାତ୍‌ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି।

ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଯୋଡି ତୀରନ୍ଦାଜିରେ ମିକ୍ସଡ୍ ଡବଲ୍ସ ଟିମ୍‌ରେ ବିଜୟୀ ହୋଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଚୀନ ତାଇପୋ ଯୋଡି ଚିୟା ଏନ ଲିନ ଏବଂ ଚିହ ଚୁନ ତାଙ୍ଗଙ୍କୁ ୩୬-୩୭ରେ ପରାସ୍ତ କରିଛନ୍ତି। ତେବେ ଭାରତର ତୀରନ୍ଦାଜି ଟିମ୍ କ୍ଵାର୍ଟର ଫାଇନାଲରେ ନିଜ ସ୍ଥାନ ସୃଷ୍ଟି କରିଛନ୍ତି। ଟୋକିଓ ଅଲମ୍ପିକରେ ପ୍ରଥମ ଥର ପାଇଁ ତୀରନ୍ଦାଜିରେ ମିକ୍ସଡ୍ ଡବଲ୍ସ ଟିମ୍‌ ଖେଳା ଯାଉଛି। ଏଥିରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଯୋଡିଠାରୁ ଭାରତ ପଦକ ଲକ୍ଷ୍ୟ ରଖିଛି।