ପ୍ରମୁଖ ଖବର
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

Tokyo Olympics: ରୋପ୍ୟ ପଦକ ବିଜୟିନୀ ଚାନୁଙ୍କ ଇଚ୍ଛା ପୂରଣ କରିବ ଡୋମିନୋସ୍‌, ଆଜୀବନ ପିଜ୍ଜା ଦେବାକୁ କମ୍ପାନୀ କଲା ବଡ଼ ଘୋଷଣା

ଟୋକିଓ: ବିଶ୍ବ କ୍ରୀଡ଼ା ମହାକୁମ୍ଭ 'ଅଲିମ୍ପିକ୍ସ'ର ଦ୍ବିତୀୟ ଦିନରେ ଭାରତ ପାଇଁ ପଦକ ଜିତି ଚର୍ଚ୍ଚାରେ ମୀରାବାଈ ଚାନୁ। ୨୧ ବର୍ଷ ପରେ ଭାରତ୍ତୋଳନରେ ଭାରତ ପାଇଁ ଚାନୁ ଜିତିଛନ୍ତି ରୌପ୍ୟ ପଦକ। ପ୍ରଥମ ଭାରତୀୟ ଖେଳାଳି ଭାବେ ମୀରାବାଈ ଚାନୁ ଟୋକିଓ ଅଲିମ୍ପିକ୍ସରେ ପଦକ ଜିିତିଛନ୍ତି। ସେ ଶନିବାର ଦିନ ୪୯ କିଲୋ ବର୍ଗରେ ଭାରତ ପାଇଁ ଜିତିଛନ୍ତି ପଦକ। ଏଥିପାଇଁ ଚାନୁଙ୍କୁ କେବଳ ଦେଶ ନୁହେଁ ସାରା ବିଶ୍ବରୁ ଛୁଟିଛି ଶୁଭେଚ୍ଛାର ସୁଅ। ଏପରିକି ଡୋମିନୋସ୍‌ ଇଣ୍ଡିଆ କରିଛି ବଡ଼ ଘୋଷଣା।

ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବା ସମୟରେ ପିଜା ପ୍ରତି ଦୁର୍ବଳତା ଥିବା କଥା କହିଥିଲେ। ଏପରିକି ବହୁଦିନ ହେବ ପିଜା ଖାଇନାହାନ୍ତି ବୋଲି କହିଥିଲେ। ଚାନୁଙ୍କ ପ୍ରତିକ୍ରିୟେ ଶୁଣିବା ପରେ ଦେଶର ଲୋକପ୍ରିୟ ପିଜା ବିକ୍ରିକରୁଥିବା କମ୍ପାନି 'ଡୋମିନୋସ୍‌ ଇଣ୍ଡିଆ' କରିଛି ବଡ଼ ଘୋଷଣା।

wp:html /wp:html

ଡୋମିନୋସ୍‌ ପକ୍ଷରୁ ଶନିବାର କୁହାଯାଇଛି ଯେ, ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରେ‌ତ୍ତୋଳନକାରୀ ମୀରାବାଈଙ୍କୁ କମ୍ପାନୀ ତରଫରୁ ଆଜୀବନ ମାଗଣାରେ ପିଜା ଯୋଗାଇ ଦିଆଯିବ। ଡୋମିନୋସ୍‌ ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ଦେଶ ପାଇଁ ପଦକ ଜିତିଥିବାରୁ ଶୁଭେଚ୍ଛା। କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ କରିବା ସହିତ ଦେଶର ନାଁକୁ ଗୌରବାନ୍ବିତ କରିଛ। ଆପଣଙ୍କୁ ଆଜୀବନ ଆମ କମ୍ପାନୀ ତରଫୁରୁ ମାଗଣାରେ ପିଜା ଯୋଗାଇ ଦିଆଯିବ।'

ସୂଚନାଯୋଗ୍ୟ, ମୀରାବାଈ ୨୦୧୭ରେ ୱେଟଲିଫ୍ଟିଂ ଚମ୍ପିୟନସିପ୍‌ ( ୪୮ କିଲୋ) ର ଚମ୍ପିୟନ ହୋଇଥିଲେ । ସେ ଏହି ବର୍ଷ ଅପ୍ରେଲରେ ୮୬ କିଲୋ ସ୍ନାଚ୍‌ ୱାଲର୍ଡ ରେକର୍ଡ ୧୧୯ କିଲୋ ଓଜନ ଉଠାଇ ଟାଇଟଲ ଜିତିଥିଲେ। ସେ ମୋଟ ୨୦୫ କିଲୋ ଓଜନ ଉଠାଇ ବ୍ରୋଞ୍ଜ୍ ମେଡାଲ ଜିତିଥିଲେ। ଚାନୁଙ୍କର ୨୦୧୬ ରିଓ ଅଲିମ୍ପିକ ନୈରାଶ୍ୟଜ୍ଜନକ ଥିଲା। ହେଲେ ଏହାପରେ ସେ ନିଜର ଖେଳରେ ଲଗାତାର ସୁଧାର ଆଣି ପାରିଥିଲେ। ସେ ୨୦୧୭ର ୱଲର୍ଡ ଚମ୍ପିୟନସିପ୍‌ ଓ ୨୦୧୮ରେ କମନୱେଥ୍‌ରେ ଗୋଲ୍ଡ ମେଡାଲ ଜିତିଥିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.