PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

Tokyo Olympics: ଦ୍ବିତୀୟ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ଅଷ୍ଟ୍ରେଲିଆ ୭-୧ରେ ବିଜୟୀ

ଟୋକିଓ: ପ୍ରଥମ ମ୍ୟାଚରେ ଦମଦାର ବିଜୟ କରି ଭାରତୀୟ ପୁରୁଷ ହକି ଦଳ ଆରମ୍ଭ କରିଥିଲା ଟୋକିଓ ଯାତ୍ରା। ବାସ୍‌ ଦିନକ ପରେ ନିରାଶ କରିଛି ଭାରତୀୟ ହକି ଟିମ୍। ପ୍ରଥମ ମ୍ୟାଚରେ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ। ଅଷ୍ଟ୍ରେଲିଆ ଦଳ ୭-୧ ଗୋଲରେ ଭାରତୀୟ ଦଳକୁ ମାତ୍‌ ଦେଇ ବିଜୟୀ ହୋଇଛି।

ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ ଦଳକୁ ମିଳିଥିଲା ମୌକା। ପ୍ରଥମ କ୍ବାଟରର ୮ ମିନିଟରେ ପ୍ରତମ ପେନାଲଟି କର୍ଣ୍ଣର ହାସଲ କରିଥିଲା ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦୁଇଟି ଗୋଲ ଦେଇଥିବା ହରମନପ୍ରୀତ୍‌ ସିଂହ ଫ୍ଲିକ୍‌ କରିଥିଲେ। ହେଲେ ତାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ସେ। ତାପରେ ମ୍ୟାଚର ୧୦ ମିନିଟରେ ଅଷ୍ଟ୍ରେଲିଆ ଖେଳାଳି ଗୋଲ୍‌ ଦେଇ ଦଳୀୟ ସ୍କୋରକୁ ୧-୦ ଆଗେଇ ନେଇଥିଲେ। ଏହାପରେ ଭାରତୀୟ ଦଳକୁ ଭଲ ସୁଯୋଗ ମିଳିଥିଲା ହେଲେ ଗୋଲରେ ପରିଣତ କରି ପାରିନଥିଲେ ଖେଳାଳି।

ତାପରେ ଅଷ୍ଟ୍ରେଲିଆ ଦଳ ଆକ୍ରାତ୍ମକ ଭାବେ ଖେଳ ଆରମ୍ଭ କରିଥିଲା। ହେଲେ ଭାରତୀୟ ଗୋଲ୍‌ କିପର ଶ୍ରୀଜେଶ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମାତ୍‌ ଦେବାରେ ସଫଳ ହୋଇଥିଲେ। ପରେ ମ୍ୟାଚର ୨୧ ମିନିଟରେ ଅଷ୍ଟ୍ରେଲିଆ ଖେଳାଳି ଜେରେମି ହାଏଓ୍ବାର୍ଡ ଆଉ ଏକ ଗୋଲ୍‌ ଦେଇଥିଲେ। ୨୬ ମିନିଟରେ ଅଷ୍ଟ୍ରେଲିଆ ଦଳ ଗୋଲ୍‌ ଦେଇଥିଲା। ହେଲେ ଭାରତୀୟ ଦଳ ଗୋଟିଏ ବି ଗୋଲ୍‌ ଦେବାରେ ସଫଳ ହୋଇ ନଥିଲା। ଏପରିକି ପେନାଲିଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ସେ ସୁଯୋଗ ମଧ୍ୟ ହାତ ଛଡା କରିଥିଲା ଭାରତ ।

ମ୍ୟାଚର ଦ୍ବିତୀୟ କ୍ବାଟରରେ ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ୩୨ ମିନିଟରେ ଭାରତୀୟ ଖେଳାଳି ଦିଲପ୍ରୀତ ସିଂହ ଏକ ଗୋଲ ଦେଇ ଦଳକୁ ମ୍ୟାଚକୁ ଫେରିବା ପାଇଁ ଆଶା ଦେଖାଇଥିଲେ। ହେଲେ ୩୮ ମିନିଟରେ ଅଷ୍ଟ୍ରେଲିଆ ଦଳ ୪ ନମ୍ବର ଗୋଲ ଦେବାରେ ସଫଳ ହୋଇଥିଲା। ଏହାପରଠୁ ବ୍ୟାକଫୁଟରେ ପଡ଼ିଥିଲା ଭାରତୀୟ ଦଳ। ସବୁଠୁ ବଡ଼ କଥା ହେଲା ଶେଷ ୫ ମିନିଟରେ ଅଷ୍ଟ୍ରେଲିଆ ଦଳ ୩ଟି ଗୋଲ୍‌ ଦେଇଥିଲା। ଯାହାଫଳରେ ଭାରତୀୟ ଦଳ ୧-୭ରେ ପରାସ୍ତ ହୋଇଛି। ଭାରତୀୟ ପୁରୁଷ ହକି ଦଳ ତାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଦିନ ସ୍ପେନ୍‌କୁ ଭେଟିବ।

ସମ୍ବନ୍ଧିତ ଖବର