PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

Tokyo Olympics: ଆଖି ଓ ଥୋଡ଼ିରେ ୭ଟି ଷ୍ଟିଜ୍, ରବିବାର ସତୀଶ କୁମାରଙ୍କ କ୍ବାର୍ଟର ଫାଇନାଲ ମୁକାବିଲା

Navbharat Times

ଟୋକିଓ: ଟୋକିଓରୁ ଆଶିଲା ନିରାଶ ଖବର। ଅଲିମ୍ପିକ୍ସରେ ଭାରତକୁ ଲାଗିଲା ଆଉ ଏକ ଝଟକା। ୯୧ କିଲୋର ବକ୍ସର ସତୀଷ କୁମାର କ୍ବାର୍ଟର ଫାଇନାଲ୍‌ ମୁକାବିଲା ଖେଳିବେ ନା ନାହିଁ ତାହା ଉପରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ସତୀଶଙ୍କ ଆଖି ଓ ଥୋଡ଼ିରେ ୭ଟି ଷ୍ଟିଜ୍‌ ପଡ଼ିଛି। ରବିବାର ଦିନ ଅର୍ଥାତ୍‌ ଅଗଷ୍ଟ ୧ ତାରିଖରେ ସତୀଶଙ୍କ କ୍ବାର୍ଟର ଫାଇନାଲ ମୁକାବିଲା ରହିଛି।

ଅପରପକ୍ଷେ ଶନିବାର ଭାରତୀୟ ବକ୍ସିଂ ସଂଘର ସଭାପତି ଅଜୟ ସିଂହ କହିଛନ୍ତି ଯେ, ଡାକ୍ତରଙ୍କ କହିବାନୁସାରେ ହିଁ ସତୀଶ ରିଙ୍ଗକୁ ଓହ୍ଲାଇବେ। ସତୀଶ ରବିବାର ଉଜବେକିସ୍ତାନ ବକ୍ସର ବଖୋଦିର ଜଲୋଲୋଭଙ୍କ ବିରୋଧରେ ରିଙ୍ଗକୁ ଓହ୍ଲାଇବେ।

ଏହା ପୂର୍ବରୁ ପ୍ରିକ୍ଵାର୍ଟରରେ ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସତୀଶ ୪-୧ରେ ଜାମାଇକା ବକ୍ସରଙ୍କୁ ହରାଇଥିଲେ। ଅନ୍ୟପଟେ ବିଶ୍ଵ ଓ ଏସିଆ ଚାମ୍ପିଅନ ଜାଲୋଲୋଭ ଅଜରବେଇଜାନର ମହମ୍ମଦ ଅବଦୁଲ୍ଲାୟେଭଙ୍କୁ ୫-୦ରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ସୂଚନାଥାଉକି, ମୁକାବିଲା ଶେଷ ହେବା ପରେ ଭାରତୀୟ ମୁଷ୍ଟିଯୋଦ୍ଧାର ଜଣେ ଅଧିକାରୀ କହିଥିଲେ ଯେ, ଖେଳ ସମୟରେ ସତୀଶଙ୍କ ମୁଣ୍ଡରେ ୩ଥର ଆଘାତ ଲାଗିବା ଫଳରେ କଟ୍‌ ଲାଗିଛି। ସତୀଶ ଚତୁରତାର ସହ ଖେଳିଥିଲେ ତେଣୁ ସେବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର