PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics : ମଉଳିଲା ଆଶା, ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରୁ ସୌରଭ ଆଉଟ୍

ନୂଆଦିଲ୍ଲୀ,୨୪।୭: ଶୁକ୍ରବାରରୁ ଆରମ୍ଭ ହୋଇଛି କ୍ରୀଡାର ବିଶ୍ଵ ମହାକୁମ୍ଭ ଅଲିମ୍ପିକ। ଉତ୍ତର ପ୍ରଦେଶର ମେରଠର ସୌରଭ ଚୌଧୁରୀଙ୍କୁ ନେଇ ଭାରତର ମଉଳିଲା ଆଶା। ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇ ୧୧ ସଟ୍ ପରେ ସପ୍ତମ ସ୍ଥାନରେ ରହି ୧୦୭ ସ୍କୋର କରି ଆଉଟ୍ ହୋଇଛନ୍ତି।

ଭାରତର ସୌରଭ ଚୌଧୁରୀ ଟୋକିଓ ଅଲିମ୍ପିକରେ ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇଥିଲେ। ସୌରଭ ୫୮୬ର ସ୍କୋର କରି କ୍ବାଲିଫାଇଙ୍ଗର ଶୀର୍ଷ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗୀତାରେ ୩୬ ଜଣ ସୁଟ୍‌ରଙ୍କ ଭିତରୁ ୮ ଜଣ ଫାଇନାଲକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ସୌରଭ ଥିଲେ।

ଆଉ କିଛି ସମୟ ପୂର୍ବରୁ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଥିଲେ ମୀରାବାଈ ଚାନୁ। ଭାରଉତ୍ତୋଳନରେ ମହିଳା ୪୯କିଲୋ ବର୍ଗରେ ସେ ଭାରତ ପାଇଁ ପଦକ ଜିତିଛନ୍ତି।