PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ

ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ। ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ। ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ। ଏନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇରେ ଖବର ପ୍ରକାଶ ପାଇଛି।

ଶନିବାର ଚାଇନାର ମହିଳା ଭାରଉତ୍ତୋଳନ ଖେଳାଳି ଝିହୁଇ ହୋ ଟୋକିଓ ଅଲିମ୍ପିକ୍ସରେ ମହିଳା ୪୯କିଲୋ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ହେଲେ ଏବେ ତାଙ୍କର ଆଣ୍ଟିଂ ଡୋପିଂ ଟେଷ୍ଟ ହେବ। ଏଥିପାଇଁ ହୋ ଟୋକିଓରେ ହିଁ ଅଛନ୍ତି ଏବଂ ତାଙ୍କର ଟେଷ୍ଟ କରାଯାଇଥିବା ସୂଚନା ରହିଛି। ସେ ଯଦି ଟେଷ୍ଟରେ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ରୌପ୍ୟ ପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ସ୍ବର୍ଣ୍ଣ ପଦକ ମିଳିବ। ହୋ ଶନିବାର ଦିନ ଟୋଟାଲ ୨୧୦ କେଜି ଭାର ଉଠାଇ ନୂଆ ଅଲିମ୍ପିକ୍‌ ରେକର୍ଡ କରିଥିଲେ।

ଅପରପକ୍ଷେ ଶନିବାର ଭାରତୀୟ ମହିଳା ଭାରଉତ୍ତୋଳନ ଖେଳାଳି ମୀରାବାଈ ଚାନୁ ଜିତିଥିଲେ ରୌପ୍ୟ ପଦକ। ମହିଳା ୪୯କିଲୋ ବର୍ଗରେ ସେ ଭାରତ ପାଇଁ ଜିତିଛନ୍ତି ପଦକ। ଏହାପୂର୍ବରୁ ସେ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୯ କିଲୋ ଭାର ଉଠାଇ ସେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ପ୍ରଥମ ଭାରତୀୟ ଖେଳାଳି ଭାବେ ପଦକ ଜିତିଛନ୍ତି ମୀରାବାଈ ଚାନୁ।

ଭାରତୀୟ କ୍ରୀଡ଼ା ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲେଖାଯିବ ମୀରାବାଈ ଚାନୁଙ୍କ ନାମ। ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ହିଁ ଦେଶବାସୀଙ୍କୁ ରୌପ୍ୟ ପଦକ ଭେଟି ଦେଇଥିଲେ ମୀରାବାଈ ଚାନୁ। ଏହାପୂର୍ବରୁ ଭାରତ କେବେ ପୂର୍ବରୁ ପ୍ରଥମ ଦିବସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିନଥିଲା। ଭାରୋତ୍ତୋଳନରେ ସେ ଦୀର୍ଘ ୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ଆଣିଥିଲେ ଐତିହାସିକ ସଫଳତା। ଏସବୁ ମଧ୍ୟରେ ରୌପ୍ୟ ପଦକ ବିଜୟିନୀ ଏବେ ଟୋକିଓରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏନେଇ ସେ ନିଜେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର