PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଟୋକିଓ ପାରାଲିମ୍ପିକ୍ସ : ସିଙ୍ଗଲ୍ସ ଓ ମିକ୍ସଡ୍‌ ଡବଲ୍ସରେ ଭାଗ ନେବେ ପ୍ରମୋଦ ଭଗତ

ଭୁବନେଶ୍ୱର,୨୫/୦୭: ଓଡ଼ିଶାର ପ୍ରମୋଦ ଭଗତ ରବିବାର ଟୋକିଓ ପାରାଲିମ୍ପିକ୍ସ ବ୍ୟାଡ଼ମିଣ୍ଟନ କ୍ରୀଡ଼ାର ଉଭୟ ସିଙ୍ଗଲ୍ସ ଓ ମିକ୍ସଡ୍‌ ଡବଲ୍ସରେ ଭାଗ ନେବେ । ସେ ପୂର୍ବରୁ ସିଙ୍ଗଲ୍ସ ବର୍ଗରେ ଟିକେଟ୍‌ ଅର୍ଜନ କରିଥିଲେ । ଶନିବାର ତାଙ୍କୁ ଡବଲ୍ସ ବର୍ଗ ପାଇଁ ଟିକେଟ ମିଳିଛି । ବିଶ୍ୱ ବ୍ୟାଡ଼ମିଣ୍ଟନ ମହାସଙ୍ଘ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଏବିଷୟରେ ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ଏବଂ ଭାରତୀୟ ପାରାଲିମ୍ପିକ୍‌ କମିଟିକୁ ସୂଚନା ଦିଆଯାଇଛି ।

ପ୍ରମୋଦ ମିକ୍ସଡ୍‌ ଡବଲ୍ସରେ ପଲକ କୋହଲିଙ୍କୁ ସାଥି କରି ଖେଳିବେ । ସିଙ୍ଗଲ୍ସରେ ପଦକ ଦାବିଦାର ରହିଥିବା ପ୍ରମୋଦ ମିକ୍ସଡ୍‌ ଡବଲ୍ସରେ ବି ପଦକ ଜିତିବା ଆଶା କରାଯାଉଛି । ଚଳିତ ସିଜନରେ ପ୍ରମୋଦ ଓ ପଲକ ଯୋଡ଼ି ଦୁବାଇ ଇଣ୍ଟର ନ୍ୟାସନାଲ୍‌ ପ୍ରତିଯୋଗିତାରେ ଭାଗ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରମୋଦଙ୍କୁ ମିକ୍ସଡ୍‌ ଡବଲ୍ସରେ ଅଲିମ୍ପିକ୍ସ ଟିକେଟ୍‌ ମିଳିବା ପରେ ରାଜ୍ୟ କ୍ରୀଡ଼ାମହଲରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ପାରା କ୍ରୀଡ଼ା ସଙ୍ଘ ସଭାପତି କମଳାକାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି ଓ କୋଷାଧ୍ୟକ୍ଷ ସୁନୀଲ ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।