PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଦିନ ମଜୁରିଆ ଭାବେ କାମ କରୁଥିଲେ ଏହି କ୍ରିକେଟର୍, ଏବେ ଶତକ ଲଗାଇ ହାସଲ କଲେ ବିଶ୍ୱ ରେକର୍ଡ୍

ମେଲବର୍ଣ୍ଣ, ୩୦|୧୨:   ଅଷ୍ଟ୍ରେଲିଆ ବିରୋଧରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚରେ ନ୍ୟୁଜିଲାଣ଼୍ଡକୁ ୨୪୭ ରନରେ ପରାସ୍ତ ହେବାକୁ ପଡିଛି। କିନ୍ତୁ ଏହି ମୁକାବିଲାରେ ଜଣେ କିଓ୍ୱି ଖେଳାଳି ଇତିହାସ ରଚିଛନ୍ତି। ଟମ୍ ବ୍ଲଣ୍ଡେଲ୍ ନିଜ କ୍ରିକେଟ କ୍ୟାରିଅରରେ ପ୍ରଥମ ଥର ଓପନିଂରେ ଓହ୍ଲାଇ ଶତକ ହାସଲ କରିଛନ୍ତି। ଯେଉଁ ପିଚରେ ଅନ୍ୟ କିଓ୍ୱି ବ୍ୟାଟସମ୍ୟାନ୍ ହାର୍ ମାନିଛନ୍ତି ସେଠାରେ ଟମ୍ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୨୧୦ ବଲରେ ୧୫ଟି ଚୌକା ଲଗାଇ ୧୨୧ ରନ୍ କରିଥିଲେ। ତେବେ ଆଜି ଆମେ ଟମଙ୍କ ଜୀବନ ଉପରେ ଆପଣଙ୍କୁ କିଛି ଚକିତ କଲାଭଳି ସୂଚନା ପ୍ରଦାନ କରିବୁ।

ମେଲବର୍ଣ୍ଣ ପଡିଆରେ ଶତକ ଲଗାଇଥିବା ଟମ୍ ୧ ମାସ ପୂର୍ବରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଓ୍ୱିଲଂଟନ୍ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳୁଥିବା ଟମ ଘରୋଇ ମ୍ୟାଚ୍ ଖେଳିବାକୁ ଆଗ୍ରହୀ ଥିଲେ। କିନ୍ତୁ ଏହି ମ୍ୟାଚ ବର୍ଷକୁ ୭ ମାସ ହୋଇଥାଏ। ଅନ୍ୟ ୫ ମାସ ସେମାନେ ପରିବାର ପାଳନ କରିବାକୁ କୌଣସି ଦୋକାନରେ କାମ କରୁଥିଲେ। ଟମ୍ କିନ୍ତୁ ନିଜ ବନ୍ଧୁଙ୍କ କନଷ୍ଟ୍ରକସନ୍ କମ୍ପାନୀରେ କାମ କରୁଥିଲେ।

ସେ କେବଳ ମଜଦୁରୀ ନୁହେଁ ଫଟୋଗ୍ରାଫି କରୁଥିଲେ। ତାଙ୍କୁ ଫଟୋଗ୍ରାଫି ବହୁତ ପସନ୍ଦ। ସେ ଯେଉଁଠାକୁ ଖେଳିବାକୁ ଯାଆନ୍ତି, ସେଠାରେ ସେ ଡ୍ରୋନ୍ ସର୍ଟ୍ ନେଇଥାନ୍ତି। ସେ ପ୍ରଥମେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟ୍ ମ୍ୟାଚରେ ପଦାର୍ପଣ କରିଥିଲେ। ଏହାପରେ ତାଙ୍କୁ ଆଉ ଗୋଟିଏ ମ୍ୟାଚରେ ସୁଯୋଗ ମିଳିଥିଲା, ଏହାପରେ ଦଳରୁ କିଛି ସମୟ ପାଇଁ ସେ ବାଦ୍ ପଡିଥିଲେ।

ଏହାପରେ ତାଙ୍କୁ ମେଲବର୍ଣ୍ଣ ଟେଷ୍ଟ ପାଇଁ ଡାକରା ଆସିଥିଲା। ସେ କିନ୍ତୁ ଓପନିଂ ପାଇଁ ଆସି ପ୍ରଥମ ଇନିଂସରେ ଫେଲ୍ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ଶତକ ଅର୍ଜନ କରିଥିଲେ।