୨୬ରେ କ୍ୟାପିଟାଲ ହସ୍ପିଟାଲ ଆର୍‌କେଏସ୍‌ ବୈଠକ: ୪ ଆମ୍ବୁଲାନ୍ସ, ୪ ଡିଜି ମେସିନ୍‌ କିଣିବାକୁ ଯୋଜନା

ଭୁବନେଶ୍ୱର ୨୫/୮: କ୍ୟାପିଟାଲ ହସ୍ପିଟାଲ ଶିଶୁ ଆଇସିୟୁ(ପିକୁ)ଏବେ ବିନା ପାୱାର ବ୍ୟାକ୍‌ଅପରେ ଚାଲୁଛି । ଲାଇନ୍‌ ଗଲେ ପିକୁ ଅନ୍ଧାର ହୋଇଯାଉଛି । ଭେଣ୍ଟିଲେଟର ମଧ୍ୟ ବନ୍ଦ ହୋଇଯାଉଛି । କ୍ୟାଥ୍‌ଲାବରେ ମଧ୍ୟ ଆଞ୍ଜିଓଗ୍ରାମ ହେବା ବେଳେ ଲାଇନ୍‌ କଟୁଛି । ଏଠି ବି ବ୍ୟାକ୍‌ଅପ ବ୍ୟବସ୍ଥା ନାହିଁ । କ୍ୟାନ୍‌ସର ବିଭାଗ, ଆଇଡିଏଚ୍‌ ଓ କାଜୁଆଲିଟି ପାଇଁ ବି ପାୱାର ବ୍ୟାକ୍‌ଅପ ଦରକାର । ତେଣୁ ୨୫୦ କେଭିର ୪ଟି ଡିଜିସେଟ୍‌ (ଡିଜେଲ୍‌ ଜେନରେଟର)ଦରକାର । ଏ ସବୁ କଥା ରୋଗୀ କଲ୍ୟାଣ ସମିତି (ଆର୍‌କେଏସ) ଗଭର୍ଣ୍ଣିଂବଡ଼ି ବୈଠକ ଉଠିବ ।

୨୬ ତାରିଖରେ ନବ ନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମ ଥର ଏଥିରେ ଯୋଗଦେବେ । ଆର୍‌କେଏସ ଗଭର୍ଣ୍ଣିଂବଡ଼ି ଚେୟାରମ୍ୟାନ୍‌ ହୋଇଥିବାରୁ ସେ ଏଥିରେ ସଭାପତିତ୍ୱ କରିବେ । ଏବେ ଆମ୍ବୁଲାନ୍ସ ପାଇଁ ଅନେକ ସମସ୍ୟା ଆସୁଛି । ଗୋଟିଏ ମାତ୍ର ଏଏଲ୍‌ଏସ(ଆଡଭାନ୍ସ ଲାଇଫ୍‌ ସପୋର୍ଟ)ଆମ୍ବୁଲାନ୍ସ ଥିବାରୁ ଭିଭିଆଇପି ଡ୍ୟୁଟି ପାଇଁ ସମସ୍ୟା ଆସୁଛି । ତେଣୁ ଆଉ ୪ ଟି ଆମ୍ବୁଲାନ୍ସ ପାଇଁ ଆର୍‌କେଏସ ବୈଠକରେ ଆଲୋଚନା ହେବ । ଯେଉଁଥିରେ ୨ଟି ଏଏଲଏସ୍‌ ଓ ୨ ଟି ଭିଏଲ୍‌ଏସ୍‌ ଆମ୍ବୁଲାନ୍ସ ରହିବ ।

ଦୁଇ ବର୍ଷ ପରେ ପୁଣି କ୍ୟାବିନ୍‌ ଦର ବଢାଇବାକୁ ବୈଠକରେ ଆଲୋଚନା ହେବ । ଏବେ କ୍ୟାବିନ୍‌ ଦର ୩୫୦, ୪୫୦ ଓ ୭୫୦ ଟଙ୍କା ରହିଛି । ଏହାକୁ ବଢାଇବାକୁ ଯୋଜନା କରାଯାଇଛି । କ୍ୟାବିନ୍‌ ଆବେଦନ ପାଇଁ ଏକ ସ୍ୱତନ୍ତ୍ର ଫର୍ମ ବ୍ୟବସ୍ଥା ହେବ । ଅଧିକ ପଞ୍ଚିଂ ମେସିନ୍‌ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯିବ । ଏହାବାଦ୍‌ ହସ୍ପିଟାଲରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଅଧିକ ସଂଖ୍ୟକ ଡଷ୍ଟବିନ୍‌ ଲଗାଇବାକୁ ଯୋଜନା ହୋଇଛି ।

ଏଥିପାଇଁ ବିଏମ୍‌ସିକୁ ପ୍ରସ୍ତାବ ଦିଆଯିବ । ନିର୍ମଳ ଯୋଜନା ଆରମ୍ଭ ହୋଇଯାଇଥିବାରୁ ଆଟେଣ୍ଡାଣ୍ଟ, ସଫେଇ ଓ ସିକ୍ୟୁରିଟି ବ୍ୟବସ୍ଥା ଉପରେ ଆଲୋଚନା ହେବ । ହସ୍ପିଟାଲ ପରିସରରେ ବେଆଇନ୍‌ ଭାବେ ଉଠା ଦୋକାନ ଖୋଲୁଥିବାରୁ ଏହାକୁ ଉଚ୍ଛେଦ କରାଯିବ । ଏ ସବୁ ବାଦ୍‌ ଶେଷ ବୈଠକରେ କେଉଁ ବିଷୟରେ ଆଲୋଚନା ହୋଇଥିଲା । ଆଉ କ’ଣ ହୋଇଛି । ବିସ୍ତୃତ ଭାବେ ଏ ନେଇ ଆଲୋଚନା କରିବାକୁ ଏଜେଣ୍ଡା ପ୍ରସ୍ତୁତ ହୋଇଛି ।

   ସମ୍ବନ୍ଧିତ ଖବର


ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !