ଶସ୍ତାରେ ଇଣ୍ଟରନେଟ୍ ପ୍ରଦାନ କରୁଥିବା ଦେଶ ଗୁଡିକର ଜାରି ହେଲା ସୂଚି,ଜାଣନ୍ତୁ ଭାରତ ରହିଛି କେଉଁ ସ୍ଥାନରେ

କରୁଥିବା ଦେଶର ତାଲିକା ନିକଟରେ ଜାରି କରାଯାଇଛି। ଏଥିରେ ଭାରତ ସବୁଠୁ ଆଗରେ ରହିଛି। ଭାରତରେ ରିଲାଏନ୍ସ ଜିଓ ଆସିବା ପରେ ଇଣ୍ଟରନେଟର ମୂଲ୍ୟ ଖୁବ୍ ହ୍ରାସ ପାଇଛି।ରିଲାଏନ୍ସ ଜିଓ ଭଳି ଅନ୍ୟ ଭାରତୀୟ ଟେଲିକମ୍ କମ୍ପାନୀ ମଧ୍ୟ ଗ୍ରାହକଙ୍କ ପାଇଁ ଖୁବ୍ ଶସ୍ତା ଇଣ୍ଟରନେଟ୍ ପ୍ଲାନ୍ ଜାରି କରିଛି। ଯାହା ଫଳରେ ଭାରତ ଲଗାତାର ଇଣ୍ଟରନେଟ୍ କ୍ଷେତ୍ରରେ ନିଜର ସ୍ଥିତି ମଜବୁତ କରୁଛି।

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଭାରତରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୨୬ ୟୁଏସଡି(ଆମେରିକାନ୍ ଡଲାର) ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେଭଳି ଦ୍ବିତୀୟ ସ୍ଥାନରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ରହିଛି। ଏଠାରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୭୮ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବ ଆସନ୍ତୁ ଜାଣିବା ଶସ୍ତାରେ ଇଣ୍ଟରନେଟ୍ ଯୋଗାଉଥିବା ଟପ୍ ୫ଟି ଦେଶ ଗୁଡିକ ଭିତରେ କିଏ ରହିଛି।

ଭାରତ : ଭାରତରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୨୬ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯାହାକି ଅନ୍ୟ ଏସୀୟ ଦେଶ ତୁଳନାରେ ସବୁଠୁ କମ୍। ଏଥିପାଇଁ ଭାରତ ଏହି ତାଲିକାରେ ସବୁଠୁ ପ୍ରଥମ ସ୍ଥାନରେ ରହିଛି।

ଶ୍ରୀଲଙ୍କା : ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ମଧ୍ୟ ଭାରତ ଭଳି ନିଜ ଗ୍ରାହକଙ୍କୁ ଖୁବ୍ ଶସ୍ତାରେ ଇଣ୍ଟରନେଟ୍ ପ୍ରଦାନ କରୁଛି। ଶ୍ରୀଲଙ୍କାରେ ପ୍ରତି ୧ଜିବି ଇଣଣ୍ଟରନେଟ୍ ପାଇଁ ୦.୭୮ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପାଇଁ ଏହି ଦେଶ ଦ୍ବିତୀୟ ସ୍ଥାନରେ ରହିଛି।

ମଙ୍ଗୋଲିଆ : ଏହି ତାଲିକାରେ ତୃତୀୟ ସ୍ଥାନରେ ମଙ୍ଗୋଲିଆ ରହିଛି। ଏହି ଦେଶରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୮୨ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ।

ବାଙ୍ଗଲାଦେଶ : ବାଙ୍ଗଲାଦେଶରେ ମଧ୍ୟ ଇଣ୍ଟରନେଟର ମୂଲ୍ୟ ବହୁତ କମ୍। ଏହି ଦେଶରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୦.୯୯ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପାଇଁ ଏହି ଦେଶ ଚତୁର୍ଥ ସ୍ଥାନରେ ରହିଛି।

ମାଲେସିଆ : ମାଲେସିଆରେ ପ୍ରତି ୧ଜିବି ଇଣ୍ଟରନେଟ୍ ପାଇଁ ୧.୧୮ ୟୁଏସଡି ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିପାଇଁ ମାଲେସିଆ ସବୁଠୁ ଶସ୍ତା ଇଣ୍ଟରନେଟ୍ ପ୍ରଦାନ କରୁଥିବା ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।  

   ସମ୍ବନ୍ଧିତ ଖବର


ମଣିଷର ମସ୍ତିଷ୍କରେ ପ୍ରଭାବ ପକାଉଛି କରୋନା, ବ୍ରେନ୍ ହାମରେଜ୍ ଓ ସ୍ମୃତି ଶକ୍ତି ହ୍ରାସ ସହିତ କରୁଛି ଏସବୁ ଅସୁବିଧା

ଜାତିସଂଘ ଅଧିବେଶନରେ ମୋଦିଙ୍କ ପ୍ରଶ୍ନ-ଜାତିସଂଘ କରୁଛି କ’ଣ?

୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ