PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଋଷ ସେନା ତିଆରି କଲା ଉଡନ୍ତା ଏକେ ୪୭, ଆକାଶ ମାର୍ଗରୁ କରିବ ଟାର୍ଗେଟ

ନୂଆଦିଲ୍ଲୀ,୨୬।୩: ରୋବୋଟ୍ ଟ୍ୟାଙ୍କ ତିଆରି କରିବା ପରେ ଏବେ ଋଷ ସେନା ଉଡନ୍ତା ଏକେ ୪୭  ତିଆରି କରୁଛି। ଯାହାକି ଆକାଶ ମାର୍ଗରୁ ଶତ୍ରୁପକ୍ଷକୁ ଶେଷ କରିବ। ଦୁଇଟି ପ୍ରୋପେଲର ସାହାର୍ଯ୍ୟରେ ଉଡାଣ କରିପାରୁଥିବା ଏହି  ଡ୍ରୋନ୍ ଗନ୍ ୩୦୦ ମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦିବାରେ ସକ୍ଷମ। ଯାହାକି ଷ୍ଟାଣ୍ଡାର୍ଡ ଏକେ ୪୭ ଭଳି ୧ ମିନିଟରେ ୬୦୦ ରାଉଣ୍ଡ ଫାୟାର କରିବାରେ ସକ୍ଷମ ହୋଇଥାଏ। ନିକଟରେ ଏକ ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଋଷିୟାନ ସେନାର ଏଆଇ ବେସଡ୍ ରୋବୋଟ୍ ଟ୍ୟାଙ୍କ ଓ ଡ୍ରୋନ ପରୀକ୍ଷଣ କରୁଥିବାର ଦେଖିବାକୁ ମିଳିଛି।

source: https://www.thesun.co.uk

ଏହି ଡ୍ରୋନ ଗନକୁ ଋଷିଆର ଆର୍ମସ ମେକର ଅଲମାନ ଆଣ୍ଟେ ଡିଜାଇନ୍ କରିଛନ୍ତି। ଫେବୃଆରୀ ୨୦୧୮ରେ ଏହାର ପେଟେଣ୍ଟ ଫାଇଲ କରାଯାଇଥିଲା। ଫଟୋରେ ଏହାକୁ ଦେଖି ଅନୁମାନ ଲଗାଇ ପାରିବେ ଯେ ଫ୍ଲାଇଙ୍ଗ ଏକେ୪୭ର ଦୁଇଟି ପ୍ରୋପେଲର ସାହାର୍ଯ୍ୟରେ ଉଡାଇ ପାରିହେବ। ଯଦିଓ ଏବେ ଏହି କଥା ଜଣାପଡିନାହିଁ ଯେ, ଏହା ରିମୋଟ୍ରୁ କନଟ୍ରୋଲ କରାଯିବ ନା ଏଆଇ ଟେକ୍ନୋଲୋଜି ଉପରେ ଆଧାରିତ ହେବ।

source: https://www.thesun.co.uk

ଏହାର ଯାନକୁ ପବନରେ ଦୁଇଟି ଷ୍ଟାବଲାଇଜର ସାହାଯ୍ୟରେ କନଟ୍ରୋଲ କରାଯିବ। ସେଭଳି ଆଇକୋନିକ୍ ଗନ୍ ଏକେ-୪୭କୁ ହାଲକା ମେଟାଲ ଫ୍ରେମରେ ପେଣ୍ଟ କରାଯିବ। ଏହି ଫ୍ଲାଇଙ୍ଗ ଏକେ ୪୭ ରାଇଫଲ ଭଳି ଏକ ମିନିଟରେ ୬୦୦ ରାଉଣ୍ଡ ଫାୟାର କରିବାରେ ସକ୍ଷମ। ଏହା ୩୦୦ ମିଟର ଦୂରରୁ ଶତ୍ରୁଙ୍କୁ ନିପାତ କରିପାରେ, ଯଦିଓ ଏହାର ମାଗାଜିନରେ କେବଳ ୩୦ ରାଉଣ୍ଡ ହିଁ ରହିଛି।

source: https://www.thesun.co.uk

ଏହାକୁ ଖୁବ୍ ହାଲକା ମେଟାଲରେ ତିଆରି କରାଯାଇଛି। ପବନର ବେଗ ଅଧିକ ହେଲେ କିମ୍ବା ଝଡ ତୋଫାନ ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିବ। ଏକେ ୪୭କୁ ବିଶେଷ ଭାବରେ ଛୋଟ ଟାର୍ଗେଟକୁ ଭେଦ କରିବା ପାଇଁ ବ୍ୟବହାର କରାଯାଇଥାଏ। ତେବେ ଉଡନ୍ତା ଏକେ ୪୭କୁ କେବଳ ଜଣେ ଅନୁଭବୀ ବ୍ୟକ୍ତି ହିଁ ଚଳାଇ ଠିକ୍ ଭାବରେ ଟାର୍ଗେଟ କରିପାରିବେ। ଯୁଦ୍ଧସ୍ଥଳରେ ଫ୍ଲାଇଙ୍ଗ ଏକେ ୪୭କୁ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ, କାରଣ ପବନ ହେବା ସମୟରେ ରିଲୋଡ କରିହେବନି, ୩୦ ରାଉଣ୍ଡ ଫାୟାର କରିବା ପରେ ଏହାକୁ ପୁଣିଥରେ ଭୂପୃଷ୍ଠରେ ଅବତରଣ କରିବାକୁ ହେବ।

ସମ୍ବନ୍ଧିତ ଖବର