ଇସ୍ରାଏଲ ପ୍ରଫେସରଙ୍କ ଦାବି: ୪୦ ଦିନ ପରେ କରୋନା ଭାଇରସ୍ ଅଧିକ ପ୍ରଭାବଶାଳୀ ହୋଇଥାଏ, ୭୦ ଦିନରେ ଶେଷ ହୋଇଯାଏ

ନୂଆଦିଲ୍ଲୀ,୧୭।୪: ସାରା ବିଶ୍ବ ଏବେ କରୋନା ଭାଇରସକୁ ନେଇ ଆତଙ୍କିତ। ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ଆମେରିକାରେ ମୃତ୍ୟୁର ତାଣ୍ଡବ ଖେଳାଇଛି। ଏବେ କରୋନା ଭାଇରସ୍ ସମ୍ପର୍କରେ ଇସ୍ରାଏଲର ବିଶିଷ୍ଟ ଗଣିତଜ୍ଞ କହିଛନ୍ତି, ପୂର୍ବର ସାଧାରଣ ଦାବି ଓ ସରଳ ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡିଛି ପ୍ରାୟ ୪୦ଦିନ ପରେ COVID-19 ଖୁବ୍ ଦୃତ ଗତିିରେ ବିସ୍ତାର ହୁଏ ଏବଂ ୭୦ ଦିନ ପରେ ପ୍ରାୟ ଶୂନ୍ୟକୁ କମିଯାଏ। ଏହା କେଉଁଠାରେ ପ୍ରଭାବ ପକାଇଛି ଓ ଏହାକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେଥିରୁ କୌଣସି ଫରକ ପଡେନି।

ତେଲ ଅଭିବ ବିଶ୍ୱବିଦ୍ୟାଳୟର ସୁରକ୍ଷା ଅଧ୍ୟୟନ କାର୍ଯ୍ୟକ୍ରମର ମୁଖ୍ୟ ତଥା ନ୍ୟାସନାଲ କାଉନସିଲ ଫର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ଚେୟାରମ୍ୟାନ୍ ପ୍ରଫେସର ଆଇଜାକ୍ ବେନ-ଇସ୍ରାଏଲ ସୋମବାର ରାତିରେ ଇସ୍ରାଏଲର ଚ୍ୟାନେଲ ୧୨(Hebrew)) କୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ସେ କହିଛନ୍ତି, ସହକର୍ମୀ ପ୍ରଫେସରଙ୍କ ସହ କରିଥିବା ଅନୁସନ୍ଧାନ ଓ ବିଶ୍ଳେଷଣ ପରେ ଜଣାପଡିଛି ଏହା ଏକ ‘ସେଟ୍ ପ୍ୟାର୍ଟନ’ ।

ଏହା ସହିତ ପ୍ରଫେସର ଜଣକ କହିଛନ୍ତି, ମୁଁ ସୋସିଆଲ ଡିଷ୍ଟାନ୍ସକୁ ସମର୍ଥନ କରୁଛି, କିନ୍ତୁ ସାରା ବିଶ୍ବରେ ଲକଡାଉନ୍ କରିବା ଦ୍ବାରା ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପଡିଛି। ତାଙ୍କର ଏହି ଯୁକ୍ତିକୁ ସ୍ବସ୍ଥ୍ୟ ମନ୍ତ୍ରଣାଳୟର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଗାବି ବାରବାଶ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବେନ-ଇସ୍ରାଏଲ୍ ଭୁଲ୍ କହୁଛନ୍ତି। ଯଦି ଇସ୍ରାଏଲ୍ ଏବଂ ଅନ୍ୟ ଦେଶମାନେ ଲକଡାଉନ୍ ପାଇଁ ପଦକ୍ଷେପ ନ ନେଇଥାନ୍ତେ ତେବେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାନ୍ତା।

ବେନ-ଇସ୍ରାଏଲ କହିଛନ୍ତି, ସିଙ୍ଗାପୁର, ତାଇୱାନ, ଏବଂ ସ୍ୱିଡେନ ଭଳି ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କର ଅର୍ଥନୀତିକୁ ବନ୍ଦ କରିବା ପାଇଁ ଏଭଳି ଆଭିମୁଖ୍ୟ ଗ୍ରହଣ କରିନାହାଁନ୍ତି। ଇସ୍ରାଏଲର ସ୍ପେସ୍ ଏଜେନ୍ସିର ମୁଖ୍ୟ ଥିବା ବେନ୍-ଇସ୍ରାଏଲ୍ ପରେ କହିଛନ୍ତି: “ମୋର କୌଣସି ସ୍ପଷ୍ଟୀକରଣ ନାହିଁ। ତେବେ ସମସ୍ତ ଘଟଣାରୁ ଦେଖି ଅନୁମାନ କରୁଛି ଏକ ବୋଧହୁଏ ଏହା ଜଳବାୟୁ ସହିତ ଜଡିତ, କିମ୍ବା ଜୀବାଣୁଙ୍କର ନିଜସ୍ୱ ଜୀବନ ଅଛି। ”

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ