PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

୨୫ ଲକ୍ଷ ପ୍ୟାକେଜ୍‌ର ଚାକିରି ଛାଡ଼ିଦେଲେ, IAS ପାଇଥିବା ଅପରାଜିତଙ୍କ ଫର୍ମୁଲା ଆପଣଙ୍କୁ କରିଦେବେ ଆଶ୍ଚର୍ଯ୍ୟ

ହରିୟାଣା ୭।୮ : ଆଇଏଏସ୍‌ ହେବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅପରାଜିତ ଆପଣାଇଥିବା ଟିପ୍ସ ଅନେକ କାର୍ଯ୍ୟରେ ଉଦାହରଣ ହୋଇପାରେ। ୟୁପିଏସ୍‌ସି ପରୀକ୍ଷା ପାସ୍‌ କରିବାର ଅଛି ତାହେଲେ ଅପରାଜିତଙ୍କ ଫର୍ମୁଲା ଆପଣଙ୍କ କାମରେ ବି ଆସିପାରେ। ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ ହିସାରର ସେକ୍ଟର-୧୪ ନିବାସୀ ଅପରାଜିତ ୧୭୪ ରାଙ୍କ୍ ହାସଲ କରିଛନ୍ତି।

ମୁଖ୍ୟକଥା ହେଉଛି କି, ସେ ପ୍ରଥମ ପ୍ରୟାସରେ ହିଁ ଏହି ପରୀକ୍ଷା ପାସ୍‌ କରିଛନ୍ତି। ଅପରାଜିତ କହିଛନ୍ତି କି, ସେ ହରିୟାଣା କ୍ୟାଡରରେ ଯୋଗଦେବାକୁ ଚାହୁଁଛନ୍ତି। ଅପରାଜିତ ୨୦୧୨ ରେ ସିବିଏସ୍‌ଇ ରୁ ଦଶମ ଶ୍ରେଣୀ ସ ୨୦୧୪ ରେ ଦ୍ବାଦଣ ପାସ୍ କରିଥିଲେ। ଦ୍ୱାଦଶରେ ସେ ୯୨ପ୍ରତିଶତ ପ୍ରତିଶତ ରଖିଥିଲେ । ଏହା ପରେ ସେ ଆଇଆଇଟି ମୁମ୍ବାଇରୁ ମେକାନିକାଲ୍ ଇଞ୍ଜିନିୟରିଂ କରିଥିଲେ। ଯଦିଓ ଏଠାରୁ ପାସ୍ କରିବା ପରେ, ସେ ଏକ କମ୍ପାନୀରୁ ୨୫ ଲକ୍ଷ ଟଙ୍କା ପ୍ୟାକେଜ୍ ଅଫର ପାଇଥିଲେ, କିନ୍ତୁ ତାଙ୍କର ଲକ୍ଷ୍ୟ ୟୁପିଏସ୍‌ସି ପାସ୍ କରିବା, ତେଣୁ ସେ ସେହି ପ୍ୟାକେଜ୍ ଛାଡିଦେଇଥିଲେ ।

ଅପରାଜିତଙ୍କ ଅନୁଯାୟୀ, ସେ ଗୋଟିଏ ବର୍ଷ ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହି ସମୟରେ ସେ ଅନଲାଇନ୍ କୋଚିଂ ନେଇଥିଲେ। ସେ ପ୍ରତିଦିନ ସାତ-ଆଠ ଘଣ୍ଟା ପାଠ ପଢୁଥିଲେ। ଏକ ବର୍ଷ ପର୍ଯ୍ୟନ୍ତ ଅପରାଜିତ ସୋସିଆଲ ମିଡିଆ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଥିଲେ। ପାଠ ପଢ଼ାଠାରୁ ବିରତି ନେଇ ମଝିରେ ମଝିରେ ଟିଭି ଦେଖୁଥିଲେ ଏବଂ ଘରର ସଦସ୍ୟଙ୍କ ସହ କଥାବର୍ତ୍ତା କରୁଥିଲେ।

ବର୍ତ୍ତମାନ ଯେଉଁମାନେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ଅପରାଜିତ ପରାମର୍ଶ ଦେବାକୁ ଚାହୁଁଛନ୍ତି ଯେ- ଏହି କଥାକୁ ଭୁଲିଯାଆନ୍ତୁ କି ୟୁପିଏସ୍‌ସି ପାସ୍‌ କରିବାକୁ ଚାରି-ପାଞ୍ଚ ବର୍ଷ ଲାଗିଯାଏ। ଯଦି ଆପଣ ପୁରା ଗମ୍ଭୀରତାର ସହିତ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ ତାହେଲେ ଆପଣ ପ୍ରଥମ ଥରରେ ଏହି ପରୀକ୍ଷାରେ ପାସ୍‌ କରିପାରିବେ।