ଚୂଡ଼ାନ୍ତ ମତଦାନ ୭୩.୭୬%; ପୁରୁଷଙ୍କୁ ଟପିଗଲେ ମହିଳା

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୂଡ଼ାନ୍ତ ମତଦାନ ହାର ୭୩.୭୬ଧ ରହିଛି । ୪୪ ଲକ୍ଷ ୨୮ ହଜାର ୨୩୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ୪ ଲୋକସଭା ଓ ତତ୍‌ସଂଲଗ୍ନ ୨୮ ବିଧାନସଭା ଆସନରେ ଶେଷ ହୋଇଥିବା ଏ ପର୍ଯ୍ୟାୟରେ ମୋଟ୍‌ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ଥିଲେ ।
ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଶ୍ରୀ କୁମାର କହିଛନ୍ତି, ମତଦାନରେ ଓଡ଼ିଶାର ମହିଳାମାନେ ପୁରୁଷଙ୍କଠାରୁ ଢେର୍‌ ଆଗରେ ରହିଥିବା ପ୍ରଥମ ପର୍ଯ୍ୟାୟନିର୍ବାଚନ ସ୍ପଷ୍ଟ କରିଛି । ଏ ପର୍ଯ୍ୟାୟ ପୁରୁଷଙ୍କ ଭୋଟିଂ ହାର ୭୩.୦୯ଧ ରହିଛି । ୭୪.୦୯ଧ ମହିଳା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ସିଇଓ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଯୋଗ୍ୟ ଭୋଟରଙ୍କ ମଧ୍ୟରେ ୨୯,୭୨,୯୨୫ ଜଣ ପୁରୁଷ, ୩୦,୩୦,୨୨୨ ଜଣ ମହିଳା ଓ ୫୬୦ ଜଣ ତୃତୀୟଲିଙ୍ଗୀ ଭୋଟର ଥିଲେ । ସମସ୍ତ ଜିଲ୍ଲାରୁ ହସ୍ତଗତ ହୋଇଥିବା ତଥ୍ୟ ମୁତାବକ, ଏ ପର୍ଯ୍ୟାୟ ୨୧,୭୨,୯୨୩ ଜଣ ପୁରୁଷ (୭୩.୦୯ଧ) ଓ ୨୨,୫୫,୪୭୯ ଜଣ ମହିଳା (୭୪.୪୩ଧ) ଭୋଟ୍‌ ଦେଇଛନ୍ତି । ତେବେ ତୃତୀୟ ଲିଙ୍ଗୀ ଭୋଟରଙ୍କ ହାର ମାତ୍ର ୧୧.୨୫ଧ ରହିଛି । ଅର୍ଥାତ୍‌ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଯୋଗ୍ୟ ୫୬୦ ଜଣ ତୃତୀୟଲିଙ୍ଗୀଙ୍କ ମଧ୍ୟରୁ ମାତ୍ର ୬୩ ଜଣ ଭୋଟ୍‌ ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ନବରଙ୍ଗପୁର ଲୋକସଭା ଆସନରେ ଭୋଟିଂ ହାର ସର୍ବାଧିକ ୭୮.୮୯ଧ ରହିଛି । ଏହାପଛକୁ କଳାହାଣ୍ଡି ଲୋକସଭାରେ ୭୫.୮୨ଧ, କୋରାପୁଟରେ ୭୪.୭୭ଧ ଓ ବ୍ରହ୍ମପୁର ଲୋକସଭା ଆସନରେ ୬୫.୫୭ଧ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଅପରପକ୍ଷରେ ବିଧାନସଭା ଆସନଗୁଡ଼ିକ ମଧ୍ୟରୁ ନବରଙ୍ଗପୁର ଲୋକସଭାର କୋଟପାଡ଼ ବିଧାନସଭା ଆସନରେ ମତଦାନ ହାର ସର୍ବାଧିକ ୮୬.୮୩% ରହିଛି । କିନ୍ତୁ ବ୍ରହ୍ମପୁର ଲୋକସଭା ଆସନର ବ୍ରହ୍ମପୁର ବିଧାନସଭାରେ ଭୋଟିଂ ହାର ସର୍ବନିମ୍ନ ୫୬.୩୪% ରହିଥିଲା । ଭୋଟିଂ ତଥ୍ୟରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ଭୋଟ୍‌ ହାର ଅଧିକ ରହିଥିବା ବେଳେ ସହରାଞ୍ଚଳରେ ଭୋଟିଂ ହାର କମିଛି ।
ଶ୍ରୀ କୁମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । କେତେକ ସ୍ଥାନରେ ଧାର୍ଯ୍ୟ ଅବଧି ଶେଷସୁଦ୍ଧା ବୁଥ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଥିବାରୁ ରାତି ୯ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ଏ ପର୍ଯ୍ୟାୟରେ ଅଧିକାଂଶ ଅଞ୍ଚଳ ମାଓ ପ୍ରପୀଡ଼ିତ ଥିବା ସତ୍ତେ୍ୱ ସବୁ ପୋଲିଂ ଟିମ୍‌ ନିର୍ବାଚନ ସାରି ସୁରକ୍ଷିତ ଭାବେ ଜିଲ୍ଲା ମୁଖ୍ୟାଳୟକୁ ଫେରି ଆସିଛନ୍ତି । ଏପରିକି ସୁରକ୍ଷା ଦୃଷ୍ଟିରୁ ୯ଟି ପୋଲିଂ ଟିମ୍‌ ଚାଲି ଚାଲି ରାତିରେ ଫେରିଛନ୍ତି । ଅନ୍ୟ କେତେକ ପୋଲିଂ ଟିମ୍‌ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟରେ ଆସି ପହଞ୍ଚିଛନ୍ତି ।
କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହୋଇଥିବା ମାଲକାନଗିରି ଓ ବ୍ରହ୍ମପୁର ବିଧାନସଭା ଆସନର ୨ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗ (ଇସି)ଙ୍କୁ ପ୍ରସ୍ତାବ ଦିଆଯାଇଥିବା ସିଇଓ କହିଛନ୍ତି । ସେ କହିଛନ୍ତି, ଗୋଟିଏ ବୁଥ୍‌ରେ ମତଦାନ ପରେ କିଛି ବ୍ୟକ୍ତି ଇଭିଏମ୍‌ ମେସିନକୁ ଫୋପାଡ଼ିଥିଲେ । ଏଣୁ ଭୋଟ୍‌ ତଥ୍ୟରେ ତ୍ରୁଟି ଆଶଙ୍କାରେ ଏଠାରେ ପୁଣି ଥରେ ନିର୍ବାଚନ କରିବାକୁ ଇସିଙ୍କୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟ ବୁଥ୍‌ର ଭୋଟର ହିସାବରେ ବିଭେଦ ଆସୁଥିବାରୁ ପୁନଃ ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଆଜି ଭୀଷଣ ବାତ୍ୟା ରୂପ ନେବା ‘ନିଭାର’: ଓଡ଼ିଶାରେ କୋହଲା ପାଗ ସହ ଅଳ୍ପ ବର୍ଷା ସମ୍ଭାବନା, ଥଣ୍ଡା ବଢ଼ିବ

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ