PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବାତ୍ୟା କ୍ଷୟକ୍ଷତି ଅଂଚଳ ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ

ନୀଳଗିରି, (ଆ.ପ୍ର):ଆଜି ନୀଳଗିରି ଉପଖଣ୍ଡ ବାତ୍ୟା ପ୍ରଭାବିତ ଅଂଚଳକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତ କରି ବିଭିନ୍ନ ସମସ୍ୟା ଓ ତାର ସମାଧାନ କରିଛନ୍ତି। ଔପଦା ବ୍ଳକ ଅଧୀନ ଇଶ୍ଵରପୁର ପଞ୍ଚାୟତ ତରୁତୁଆ ଗ୍ରାମରେ ବାତ୍ୟା ଠାରୁ ପାଣି ଘେରରେ ରହି କିଛି ପରିବାର ଙ୍କୁ ଆଜି ଭେଟି ସହାୟତା ପ୍ରଦାନ କରିଛନ୍ତି।ଜଣେ ବ୍ୟକ୍ତି ବହୁବର୍ଷ ଧରି ନିଜସ୍ୱ ଜାଗା କହି ନଇଁଯୋଡି ପାଣିକୁ ଅବରୋଧ କରୁଥିବା ବେଳେ ଏଭଳି ସମସ୍ୟା ଉପୁଜି ଆସୁଥିଲା।ପୁର୍ବରୁ ତତ୍କାଳୀନ ତହସିଲଦାର ,ଆରଆଇ ଏହାର ପ୍ରତିକାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମାମଲା ରେ ଛନ୍ଦି ହୋଇଥିଲେ।ଯେଉଁ ଗାଁ ଲୋକ ପ୍ରତିବାଦ କରୁଥିଲା ସେ ମଧ୍ୟ ମିଥ୍ୟା ମାମଲା ରେ ଛନ୍ଦି ହୋଇଥିଲା।

ଏହି ସମସ୍ୟା ଲାଗିଥିବା ବେଳେ ବର୍ଷା ଦିନରେ ବହୁ ପରିବାର ଜଳ ବନ୍ଦିରେ ରହୁଥିଲେ।ଗତକାଲି ଏହି ଅଂଚଳକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯାଇ ଘଟଣା ବିଷୟରେ ଅବଗତ ରହି ବିଭଗୀୟ ଅଧିକାରୀ ଙ୍କୁ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ।ଆଜି ମଧ୍ୟ ପର୍ଯ୍ୟଟନ ମନ୍ତ୍ରୀ ଯାଇ କ୍ଷତିଗ୍ରସ୍ତ ପରିବାର ଙ୍କୁ ସହାୟତା ପ୍ରଦାନ କରିଥିଲେ।ପାଣିଘେର ଦେଖି ତୁରନ୍ତ ସମାଧାନ କରିବାକୁ ସେ ପ୍ରଶାସନ କୁ ନିର୍ଦେଶ ଦେଇଥିଲେ।ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ପହଂଚି ନକ୍ସା ରେ ନଇଁଯୋଡି ପାଣି ଅଟକ ପାଇଁ ଏଭଳି ସମସ୍ୟା ଉପୁଜିଥିବା ଦେଖିଥିଲେ।ପାଣି ତଳକୁ ଗଲେ ଏହାକୁ ଅଟକ ରଖି ଅଞ୍ଚଳରେ କ୍ଷତି ପହଞ୍ଚାଇବା ବେଆଇନ ଦର୍ଶାଇ ମେସିନ ସାହାଯ୍ୟରେ ମାଟି ଖୋଳି ରାସ୍ତା ପରିଷ୍କାର କରିଥିଲେ।ପରେ ଅଟକିଥିବା ପାଣି ସବୁ ନିଷ୍କାସନ ପରେ ପ୍ରଭାବିତ ପରିବାର ଆଶ୍ୱସ୍ତି ଲାଭ କରିଥିଲେ।ମନ୍ତ୍ରୀ ଙ୍କ ଗସ୍ତ ସମୟରେ ରାଜ୍ୟର ଜେନେରାଲ ସେକ୍ରେଟାରୀ ତାପସ ପାଣିଗ୍ରାହୀ, ଜିଲ୍ଳା ଯୁବବିଜେଡି ସଭାପତି ତାପସ ପରିଡା, ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ଶୁଭେନ୍ଦୁ ଶେଖର ଜେନା,ଔପଦା ବ୍ଲକର ଯୁବ ସଭାପତି ବିଜୟ କୁମାର ପ୍ରଧାନ,ଜିଲ୍ଲାର ଜେନେରାଲ ସେକ୍ରେଟାରୀ ସ୍ମୃତିରଞ୍ଜନ ମହାପାତ୍ର,ଟୁଟୁ ପାଣିଗ୍ରାହୀ,ଶ୍ୟାମସୁନ୍ଦରପୁର ପଞ୍ଚାୟତ ବିଜେଡି ସଭାପତି କପିଳ ସାମଲ,ଇଶ୍ଵରପୁର ସରପଞ୍ଚ ଅଭୟ ହେମ୍ରମ,ସନାତନ ଜେନା,ଗିରିଧାରୀ ଜେନା, ରଜନୀ ମତଗଜ,ଯୁବଆଇନଜୀବୀ ସୁରେଶ ପଣ୍ଡା,ଅମିତ୍ ବଳିଆର ସିଂହ,ସୀତାନାଥ ପୋଥାଳ,ଚକା ଭୋଳ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର