ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ୬/୩: ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ଜଣକ ହେଲେ ପଶ୍ଚିମବଙ୍ଗ ସାଉଥ୍‌ ଚବିଶ ପ୍ରଗଣା ବିଷ୍ଣୁପୁର୍‌ର ତଲକ୍‌ଚନ୍ଦ୍ର ଦୋଲାର୍‌(୭୭) । ସେ ପରିବାର ଲୋକଙ୍କ ସହ ପୁରୀ ବୁଲିବାକୁ ଆସି ବଳିଆପଣ୍ଡା ଅଞ୍ଚଳରେ ହୋଟେଲରେ ରହିଥିଲେ ।

ଗୁରୁବାର ପୂର୍ବାହ୍ନ ୧୧ଟାରେ ବେଳାଭୂମି ଯାଇଥିଲେ। ସେଠାରେ ବୁଲାବୁଲି କରିବା ପରେ ସମୁଦ୍ର ସ୍ନାନ କରିଥିଲେ । ଅପରାହ୍ନରେ ସ୍ନାନବେଳେ ଉଚ୍ଚ ଲହଡ଼ିରେ ଭିତରକୁ ଚାଲିଯାଇଥିଲେ ତଲକ୍‌ । ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

   ସମ୍ବନ୍ଧିତ ଖବର


ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ