ଆକ୍ସନ ମୋଡରେ ନୀଳଗିରି ତହସିଲଦାର, ପୁଣି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

ନୀଳଗିରି ୨୧/୧୦: ଆକ୍ସସ ମୋଡ଼ରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ। କାଠପାଳ ନିକଟ ସୋନ ନଦୀରୁ ବାଲିଚୋରି ରୋକିବା ନେଇ ବାରମ୍ବାର ଚଢ଼ାଉ ପରେ ଚୋରାଗାଡି ଖସିଯିବାରେ ସମର୍ଥ ହେବା ନେଇ ରାଜସ୍ୱ ଵଂଚାଇବା ପାଇଁ ଏକ୍ସନ ମୋଡରେ ଅଛନ୍ତି । ସୂଚନାରୁ ପ୍ରକାଶ କି ନୀଳଗିରି ଅଂଚଳରୁ ୬/୭ ଟି ଟ୍ରାକ୍ଟର ଦୈନନ୍ଦିନ କାଠପାଳ ଯାଇ ରାତିସାରା ନଦୀରୁ ବାଲି ଚୋରି କରି ଅନ୍ୟତ୍ର ଗଛିତ ରଖୁଛନ୍ତି । ସେହିପରି ପୁନଦାଳ, ରାଧାକିଶୋରପୁର, କାଂଶ ସମେତ ସ୍ଥାନୀୟ ଅଂଚଳର ୨୦ ରୁ ଅଧିକ ଟ୍ରାକ୍ଟର ମଧ୍ୟ ବାଲି ଚୋରିରେ ସାମିଲ ହେଉଥିବା ଜଣାପଡିଛି । ତହସିଲ ଅଫିସ ଠାରୁ ଆରମ୍ବ କରି ତହସିଲଦାରଙ୍କ ବାସଭବନ, ବିଭିନ୍ନ ଛକ ପର୍ଯ୍ୟନ୍ତ ବାଲି ମାଫିଆ କିଛି ଯୁବକଙ୍କୁ ନିୟୋଜିତ କରି ଜଗି ରହୁଥିବାବେଳେ ଚଢ଼ାଉ ବେଳେ ତହାସିଲଦାର ବିଫଳ ହେଉଥିବା ଜଣାପଡିଛି।

ତେବେ ପୂର୍ବରୁ ଦୁଇ ଗୋଟି ଟ୍ରାକ୍ଟର ଅତି ଚତୁରତା ସହ ତହସିଲଦାର ଧରିବାରେ ସଫଳ ହୋଇଥିବାବେଳେ ପୁଣି ଆଜି ସକାଳୁ ଆଉ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇ ଯାଉଥିବାବେଳେ ଜବତ କରିଛନ୍ତି। ପରେ ଫାଇନ ଆଦାୟ ପର୍ଯ୍ୟନ୍ତ ଟ୍ରାକ୍ଟରଟିକୁ ଥାନାରେ ଜିମା ଦେଇଛନ୍ତି। ଜବତ ଟ୍ରାକ୍ଟର ମାଲିକଙ୍କ ନାଁ ଜଣାପଡିନଥିବା ବେଳେ ଇଞ୍ଜିନ ଓ ଚେଚିସ ନମ୍ବର ଦେଖି ତାଙ୍କ ନାମରେ  କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ତେବେ ଏଭଳି ଚଢ଼ାଉ ଆଗକୁ ଜାରି ରହିବ ବୋଲି ତହସିଲଦାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି।