ସ୍ୱାମୀ-ସନ୍ତାନ କଲ୍ୟାଣ ପାଇଁ ବୁଧିବାମନ ଓଷା

ଭାଦ୍ରବ ମାସର ପ୍ରତ୍ୟେକ ବୁଧବାର ବୁଧିବାମନଙ୍କୁ ପୂଜା କରାଯାଏ । ଦେବୀ ମଙ୍ଗଳା ବା ବିମଳାଙ୍କୁ ବୁଧିବାମନ ଭାବରେ ମହିଳାମାନେ ପୂଜା କରିଥାନ୍ତି । ସ୍ୱାମୀ-ସନ୍ତାନ ଓ ପରିବାରର ସୁଖସମୃଦ୍ଧି, ଶାନ୍ତି ପାଇଁ ପୁରପଲ୍ଲୀରେ ବୁଧିବାମନଙ୍କ ଓଷା କରାଯାଏ । ନିଃସନ୍ତାନମାନେ ଏହି ଓଷା କରି ସନ୍ତାନ ପ୍ରାପ୍ତ ହେବାର ବିଶ୍ୱାସ ରହିଛି । ବୁଧିବାମନଙ୍କ ପ୍ରତୀକ ଭାବେ ଏକ ଶିଳପୁଆ ଅବା ଶିଳକୁ ସ୍ନାନ କରାଇ ଧୂଆ ପୀଢ଼ା ଉପରେ ସ୍ଥାପନ କରାଯାଏ ।

ଶିଳପୁଆ ଅବା ଶିଳରେ ବଟା ହଳଦୀ ଦିଆଯାଇ ସେଥିରେ କଉଡ଼ି ଓ ଗୋଟା ଗୁଆକୁ ଥାପି ମୁହଁ, ଆଖି, ନାକ ଆଦି ତିଆରି କରି ଦେବୀଙ୍କର ମୁହଁ କରନ୍ତି ଓଷେଇତିମାନେ । ସିନ୍ଦୂର, କଜଳ ଲଗାଇ ନାଲି କପଡ଼ା ପରିଧାନ କରାନ୍ତି । ଧୂପ, ଦୀପ, ନୈବେଦ୍ୟ ସହ ନିଜ ନିଜର ଶକ୍ତି ଅନୁସାରେ ଭୋଗ ବାଢ଼ନ୍ତି । ଆସ୍ଥାନ ପାଖରେ ମାନସିକ ନଡ଼ିଆ-ଗୁଆ ବସାଯାଏ । ଦେବୀ ବୁଧିବାମନଙ୍କ ଆସ୍ଥାନ ପାଖରେ ବସି ଓଷେଇତିମାନେ ବୁଧେଇ ଓଷା ପୁରାଣ ପଢ଼ନ୍ତି ।

   ସମ୍ବନ୍ଧିତ ଖବର


ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

ନିଜ ହାଡ଼କୁ କେମିତି ଶକ୍ତ ରଖିବେ ? ଏହି ଖାଇବା ଅଭ୍ୟାସକୁ ଆପଣାନ୍ତୁ

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଆଶାରାମଙ୍କ ବେଲ୍‌ ପିଟିସନ ଉପରେ ହେବ ଶୁଣାଣି – ରାଜି ହେଲେ କୋର୍ଟ

ସାଇକେଲରେ ସାରା ବିଶ୍ୱ ବୁଲୁଛନ୍ତି ଏହି ବ୍ୟକ୍ତି, ଏପର୍ଯ୍ୟନ୍ତ ଯାଇ ସାରିଛନ୍ତି ଏତେ ଦେଶ…

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା