ଏଣିକି ରାଜଧାନୀ ଏକ୍ସପ୍ରେସ୍‌ରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତିର ଝଲକ: ଖର୍ଚ୍ଚ ହେବ ୩ କୋଟି

ଭୁବନେଶ୍ୱର ୨୪/୯: ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ ଦ୍ୱାରା ଏଣିକି ପ୍ରଚାର ହେବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ । ଏଥିପାଇଁ ପୂର୍ବତଟ ରେଳପଥ ଓ ନାଲ୍‌କୋ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ ହେବ । ନାଲ୍‌କୋ ୩ଟି କୋଚ୍‌ ପାଇଁ ବିଜ୍ଞାପନ ବାବଦକୁ ଏହି ଅର୍ଥ ଖର୍ଚ୍ଚ କରିବ । କେବଳ ସେତିକି ନୁହେଁ କୋଚ୍‌ଗୁଡ଼ିକରେ ନାଲ୍‌କୋର ଡିଜାଇନ୍‌ ଓ ଲୋଗୋ ସ୍ଥାନ ପାଇବ ।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ବହିର୍ବିଭାଗରେ ଏସବୁ ଡିଜାଇନ୍‌ ଲାଗିବ । ପୂର୍ବତଟ ରେଳପଥରେ ରାଜଧାନୀ ଏକ୍ସପ୍ରେସ୍‌ ପାଇଁ ସମୁଦାୟ ୩ ସେଟ୍‌ ରେକ୍‌ ଥିବା ବେଳେ ୧୫ଟି କୋଚ୍‌ ରହିଛି । ଯେଉଁଠାରେ ଓଡ଼ିଶାର କଳା ସଂସ୍କୃତିର ଚିତ୍ର ଲାଗିବ । ଯାହାକି କୋଚ୍‌ଗୁଡ଼ିକୁ ଅଧିକ ସୁନ୍ଦର କରିବ ବୋଲି ରେଳବାଇ ଆଶା କରିଛି । ଓଡ଼ିଶାର ନୃତ୍ୟଶୈଳୀ, ପ୍ରତ୍ନତତ୍ତ୍ୱ, ପ୍ରାଚୀନ କୀର୍ତ୍ତି ଓ ଜଙ୍ଗଲ ପରିବେଶ ଓ ଜୀବଜନ୍ତୁଗୁଡ଼ିକୁ ନେଇ ତିନୋଟି ବିଷୟବସ୍ତୁ ଉପରେ ଡିଜାଇନ୍‌ଗୁଡ଼ିକ ତିଆରି ହୋଇଛି ।

ପୂର୍ବତଟ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ ବେହେରା କହିଛନ୍ତି, ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ପର୍ଯ୍ୟଟନର ସମ୍ଭାବ୍ୟ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ । ଏହି ଡିଜାଇନଗୁଡ଼ିକ ଟ୍ରେନ୍‌ ଝରକା ଗ୍ଲାସ୍‌ଗୁଡ଼ିକର ମଧ୍ୟବର୍ତ୍ତୀ ସ୍ଥାନମାନଙ୍କରେ ଲଗାଯିବା ସହ ଏହାର ଉପରେ ଓ ତଳେ ଦୁଇଟି ଷ୍ଟ୍ରିପ୍‌ରେ ବିଭିନ୍ନ ଛବି ସହ ପାରମ୍ପରିକ ପଟ୍ଟଚିତ୍ରର ଛବି ସ୍ଥାନ ପାଇବ । ପ୍ରାୟ ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ରାଜିନାମା ସ୍ୱାକ୍ଷରିତ ହେବା ସମୟରେ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଉଭୟ ପୂର୍ବତଟ ରେଳପଥ ଓ ନାଲକୋର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ