ପ୍ରମୁଖ ଖବର
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ରଙ୍ଗ ସାଇଡ୍‌ରେ ଯାଉଥିଲେ ଓଲଟା ପୁଲିସକୁ ନାଲି ଆଖି ଦେଖାଇଲେ, ଛଡାଇଲେ ନେଲେ ସାମ୍ବାଦିକଙ୍କୁ କ୍ୟାମେରା...

wp:heading {"level":3}

ଚେକିଂରେ ଧରା ପଡ଼ିବାରୁ ହଙ୍ଗାମା କଲେ, ଫାଇନ୍ କାଟି ଚୁପଚାପ୍ ଚାଲିଗଲେ

/wp:heading

ଭୁବନେଶ୍ୱର,୨୮/୦୮: ରଙ୍ଗ ସାଇଡ୍‌ରେ ଯାଉଥିଲେ। ଚେକିଂରେ ଧରା ପଡ଼ିବାରୁ ଦମ୍ଭ ଦେଖାଇ ଫାଙ୍କିଲେ। ଫାଇନ୍‌ ନ ଦେଇ ଆତଙ୍କ ଖେଳାଇଲେ। ଟ୍ରାଫିକ୍‌ ପୁଲିସକୁ ଗାଳିଗୁଲଜ କଲେ। ଏହି ଘଟଣାର ଫଟୋ ଉଠାଉଥିବା ଫଟୋ ସାମ୍ବାଦିକଙ୍କୁ ବି ଛାଡିଲେନି। ତାଙ୍କ କ୍ୟାମେରା ଛଡ଼ାଇନେଲେ। ରାଜମହଲ ଛକ ଟ୍ରାଫିକ୍‌ ଚେକିଂରେ ଏମିତି ଢଙ୍ଗରେ ଜଣେ ବାଇକ୍‌ ଆରୋହୀ ଆତଙ୍କ ଖେଳାଇଛନ୍ତି।

ଅପରାହ୍ଣ ୧ଟା ହେବ। ରାଜମହଲ ଛକରେ ଚେକିଂ ଚଳାଇଥିଲେ ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ବିଜୟ କୁମାର ସାହୁ ଓ ତାଙ୍କ ଟିମ୍‌। ଏକ ନମ୍ବର ମାର୍କେଟ ଆଡୁ ରଙ୍ଗ ସାଇ୍‌ଡରେ ଆସୁଥିବା ସ୍କୁଟର (ଓଆର୦୨ବିଜେଡ୍‌୩୨୩୫) ସିଧା ଓଭରବ୍ରିଜ୍‌ ତଳ ଦେଇ ପଶିଥିଲା। ରଙ୍ଗ ସାଇଡ୍‌ରେ ଆସୁଥିବାରୁ ଚେକିଂ କରୁଥିବା କନଷ୍ଟେବଳ ତାଙ୍କୁ ଅଟକାଇଥିଲେ । ଶ୍ରୀ ସାହୁ ଫାଇନ୍‌ କାଟିବାକୁ କହିବା ସହ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ। କିନ୍ତୁ ଯୁବକଜଣକ ହଠାତ୍‌ ଚିଡିଗଲେ। ଓଲଟାସିଧା ବାଣୀ ଶୁଣାଇଲେ । ବଡ଼ ବଡ଼ ନେତା ମୋର ଚିହ୍ନା ବୋଲି କହି ଧମକ ଦେଇଥିଲେ । ଟ୍ରାଫିକ୍‌ ଥାନାକୁ ସ୍କୁଟର ନେବାକୁ ଉଦ୍ୟମ କରୁଥିବା କନଷ୍ଟେବଳଙ୍କୁ ଠେଲାପେଲା କରିଥିଲେ।

ଯୁବକଙ୍କ ଏମିତି ହଙ୍ଗାମା ଦେଖି ଜଣେ ଫଟୋ ସାମ୍ବାଦିକ ଏହାର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଆହୁରି ରାଗି ଯାଇ ଯୁବକଜଣକ ସାମ୍ବାଦିକଙ୍କ ଆଡକୁ ମାଡି଼ ଆସିଥିଲେ। ତାଙ୍କ ହାତରୁ କ୍ୟାମେରା ଛଡ଼ାଇ ନେଇଥିଲେ। ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବାକୁ ଯୁବକଜଣକ ଶାନ୍ତ ପଡ଼ିଥିଲେ। ଚୁପ୍‌ଚାପ୍‌ ଫାଇନ୍‌ କାଟି ପଳାଇଥିଲେ। ଏନେଇ ସାମ୍ବାଦିକଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.