ଟ୍ରାଫିକ୍‌ ଜରିମାନାକୁ କୋର୍ଟରେ କରିପାରିବେ ଚାଲେଞ୍ଜ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୪/୯: ନୂଆ ଟ୍ରାଫିକ୍‌ ଆଇନ ଅଧୀନରେ ବିପୁଳ ପରିମାଣର ଜରିମାନା ଲାଗୁ କରାଯିବାକୁ ନେଇ ଅନେକ ଲୋକ ଚିନ୍ତିତ ହୋଇପଡୁଥିଲାବେଳେ ଅଧିକାଂଶ ଜାଣନ୍ତି ନାହିଁ ଯେ ସେମାନେ ଏହାକୁ କୋର୍ଟରେ ଚାଲେଞ୍ଜ କରିପାରିବେ। ନୂଆ ଆଇନରେ ନିୟମ ରହିଛି କି ଟ୍ରାଫିକ୍‌ ପୁଲିସ ଜଣକ ଉପରେ ଚାଲାଣ କାଟିଲା ବେଳେ ଜଣେ ସାକ୍ଷୀ ରହିଥିବା ନିହାତି ଦରକାର ଏବଂ ସେ ମଧ୍ୟ ସେଥିରେ ସ୍ୱାକ୍ଷର କରିବେ।

ଉକ୍ତ ବ୍ୟକ୍ତି ଟ୍ରାଫିକ୍‌ ନିୟମ ଭଙ୍ଗ କରିଛନ୍ତି ସେଇ ସାକ୍ଷୀ ତାହା ଦେଖିଥିବା ଦରକାର ଅଥବା ଚାଲାଣ କଟାଗଲା ବେଳେ ସେ ସେଠାରେ ଉପସ୍ଥିତ ଥିବା ଆବଶ୍ୟକ ।ଯଦି କୌଣସି ସାକ୍ଷୀ ସେଥିରେ ସ୍ୱାକ୍ଷର କରିନଥାନ୍ତି, ତାହାହେଲେ ଜଣେ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇପାରିବେ। ସେତେବେଳେ କୋର୍ଟ ଟ୍ରାଫିକ୍‌ ପୁଲିସକୁ ନୋଟିସ ଜାରି କରି ଉକ୍ତ ଘଟଣାର ସାକ୍ଷୀଙ୍କୁ ହାଜର କରିବାକୁ କହିବେ। ପୁଲିସ ଏପରି କରିନପାରିଲେ ତାହାର ପକ୍ଷ ଦୁର୍ବଳ ହେବ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର