ରାସ୍ତାରେ ଝାଡୁ ମାରି ଚର୍ଚ୍ଚାରେ ଟ୍ରାଫିକ୍‌ ହାବିଲଦାର

କଟକ, ୧୮/୧୦: ନିଜ କର୍ତ୍ତବ୍ୟ ପାଳନ ସହ ଏକ ମହାନ କାର୍ଯ୍ୟ କରି ଏବେ ଚର୍ଚ୍ଚାରେ ଅଛନ୍ତି କଟକର ଜଣେ ଟ୍ରାଫିକ୍‌ ହାବିଲଦାର । ଦୁର୍ଘଟଣା ଆଶଙ୍କାକୁ ଏଡାଇବା ଲାଗି ହାବିଲଦାର ଲଳିତ ମୋହନ ରାଉତ ଜାତୀୟ ରାଜପଥରେ ଝାଡୁ ମାରି ସଫା କରିଛନ୍ତି । ଏନେଇ ଶ୍ରୀ ରାଉତଙ୍କୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି ।

ଶନିବାର ପୂର୍ବାହ୍ନରେ ହାବିଲଦାର ଶ୍ରୀ ରାଉତ ଶିଖରପୁର ଛକରେ ଡ୍ୟୁଟି କରୁଥିଲେ । ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ ରାଜପଥର ଦୁଇ ପାଶ୍ୱର୍ରେ ବାଲି ଜମି ରହିବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏମିତିକି ତାଙ୍କ ଆଖି ସାମ୍ନାରେ କିଛି ପଥଚାରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଏହାକୁ ସେ ଗମ୍ଭୀରତାର ସହ ନେଇ ରାସ୍ତାରୁ ବାଲି ସଫା କରିବା ଲାଗି ନିଷ୍ପତ୍ତି ନେଇଥିଲେ । ତେଣୁ କାହାକୁ କିଛି ନଜଣାଇ ତୁରନ୍ତ ପାଖ ଦୋକାନରୁ ଏକ ଝାଡୁ କିଣିଆଣି ସେ ରାଜପଥରେ ଝାଡୁ ମାରିଥିଲେ । ଶ୍ରୀ ରାଉତଙ୍କର ଏହି କାର୍ଯ୍ୟ ଦେଖି ସହକର୍ମୀଙ୍କ ସହିତ ଯାତାୟାତ କରୁଥିବା ପଥଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ରାସ୍ତାର ଉଭୟ ପାଶ୍ୱର୍ରେ ଝାଡୁ ମାରିଥିଲେ । ତାଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

   ସମ୍ବନ୍ଧିତ ଖବର


ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…