କୁକୁରକୁ ରାସ୍ତା ପାର୍ କରିବା ପାଇଁ ସବୁ ଗାଡିକୁ ଷ୍ଟପ୍ ଦେଖାଇଲେ ଟ୍ରାଫିକ୍ ପୋଲିସ ବାବୁ, ଭିଡିଓ ଦେଖି ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ ୧୪/୮: ଏବେବି ମାନବିକତା ବଞ୍ଚିଛି । ଆଉ ଏହାର ପ୍ରମାଣ ଦେଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ସମସ୍ତେ ବହୁତ ପ୍ରଶଂସା କରୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କେମିତି ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କୁକରକୁ ରାସ୍ତା ପାରି ହେବାରେ ସାହାଯ୍ୟ କରୁଛନ୍ତି ।

ଭିଡିଓରେ ଦେଖାଯାଉଛି କି ଜଣେ ଟ୍ରାଫିକ୍ ପୋଲିସ କୁକୁରକୁ ରାସ୍ତା ପାରି ହେବାରେ ସାହାଯ୍ୟ କରୁଛନ୍ତି । ରାସ୍ତାରେ ଲଗାତର ଗୋଟେ ପଟୁ ଗାଡି ଆସୁଛି । ଅନ୍ୟ ପଟେ କୁକରଟି ରାସ୍ତା ପାରି ହେବାକୁ ଚେଷ୍ଟା କରୁଛି । କିନ୍ତୁ ତାକୁ ପୋଲିସ ବାବୁ ଅଟକାଇ ରଖିବାକୁ ଚେଷ୍ଟା କରୁଛନ୍ତି । କାରଣ ସେହି ସମୟରେ ରାସ୍ତା ପାରିହେଲେ କୁକୁରଟି ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ । କିଛି ସମୟ ପରେ ଅନ୍ୟପଟେ ଆସୁଥିବା ଗାଡିମାନଙ୍କୁ ଷ୍ଟପ୍ ଦେଖାଇ ସେ କୁକୁରକୁ ବ୍ୟକ୍ତିଗତ ଭାବେ ରାସ୍ତା ପାରିହେବାରେ ସାହାଯ୍ୟ କରୁଛନ୍ତି । ଏହି ଭିଡିଓଟି ୟୁଜର୍ସଙ୍କ ହୃଦୟକୁ ଛୁଇଁଛି । ଏହି ଭିଡିଓକୁ ୫୫ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି  ।

ଏଥିରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ଟ୍ରାଫିକ୍ ପୋଲିସ ଯେଉଁଭଳି ଭାବେ ଗୋଟେ କୁକୁରକୁ ମଧ୍ୟ ସ୍ନେହପୂର୍ଣ୍ଣ ମନୋଭାବ ଏବଂ ନିଜ କର୍ତ୍ତବ୍ୟ ପ୍ରତି ସମ୍ନାନବୋଧ ଦେଖାଉଛନ୍ତି ତାଙ୍କୁ ବହୁତ ବହୁତ ସମ୍ମାନ । ଆଉ ଜଣେ ଲେଖିଛନ୍ତି ପଶୁ ମାନେ ମଧ୍ୟ ବହୁତ ଚତୁର । କୁକୁରଟି ଧର୍ଯ୍ୟର ସହିତ ରାସ୍ତା ଫାଙ୍କା ହେବାକୁ ଅପେକ୍ଷା କରିଛି । ଅନେକ ୟୁଜର୍ସ ପୋଲିସ ବାବୁଙ୍କ କାମକୁ ସାଲ୍ୟୁଟ୍ କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା