ଏବେ ନାବାଳକ ଗାଡ଼ି ଚଲାଇଲେ ମାଲିକଙ୍କୁ ଯିବାକୁ ପଡ଼ିବ ଜେଲ୍, କେଉଁ ଟ୍ରାଫିକ ନିୟମକୁ ଭଙ୍ଗ କରିଲେ କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ ଜାଣନ୍ତୁ

ଟ୍ରାଫିକ୍ ନିୟମ ଭଙ୍ଗକାରୀ ସାବଧାନ୍। ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ ପଡିପାରେ ମହଙ୍ଗା। କାରଣ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ମୋଟର ଭେଇକିଲ୍ ବିଲ୍ ୨୦୧୯ରେ ସଂଶୋଧନ କରିଥିଲେ। ଏହି ବିଲ୍ ବୁଧବାର ରାଜ୍ୟସଭାରେ ପାରିତ ହୋଇଯାଇଛି। ଏହି ସଂଶୋଧିତ ବିଲ୍ ଅନୁଯାୟୀ ଟ୍ରାଫିକ୍ ନିୟମ ମାନୁନଥିବା ଲୋକଙ୍କ ପାଇଁ ଅଧିକ ଜରିମାନାର ବ୍ୟବସ୍ଥା ରହିଛି । ବିଶେ​‌ଷ କରି ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଇଥିବାବେଳେ, ମଦ ପିଇ ଗାଡ଼ି ଚଳାଇବା, ରେଡ୍ ଲାଇଟ୍ ପାର କରିବା, ଓଭର ଟେକିଂ, ତୀବ୍ର ଗତିରେ ଗାଡ଼ି ଚଲାଇବା ଭଳି ପ୍ରମୁଖ ନିୟମ ସାମିଲ ରହିଛି।

ଏଠାରେ କହି ରଖୁଛି ଯେ, ଏହି ବିଲ ୨୦୧୭ରେ ମଧ୍ୟ ଲୋକସଭାରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରୁ ସବୁଜ ପତକା ମିଳିପାରନଥିଲା।​‌ ଯେଉଁ କାରଣରୁ ପୁଣି ଥରେ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ ଏହି ବିଲକୁ ପାରିତ କରିବାକୁ ପଡ଼ିଲା। ​‌ତେବେ ଆଜିଠାରୁ କେଉଁ ଟ୍ରାଫିକ ନିୟମକୁ ଭଙ୍ଗ କରିଲେ କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ ଜାଣନ୍ତୁ।

ନାବାଳକଙ୍କୁ ଯାନ ବାହନ ଦେଲେ: ନୂଆନିୟମ ଅନୁସାରେ, ନାବାଳକ ଗାଡ଼ି ଚଲାଇଲେ ଗାଡ଼ି ମାଲିକଙ୍କୁ ଜେଲ ଯିବାକୁ ପଡ଼ିବ। ତେବେ ଗାଡ଼ି ମାଲିକଙ୍କ ଠାରୁ ୨୫ ହଜାର ଜରିମାନା ସହି ୩ବର୍ଷ ଜେଲ ଦଣ୍ଡ ମିଳିବା ସହିତ ନାବାଳକକୁ ୨୫ବର୍ଷ ବୟସ ହେବା ପର୍ଯ୍ୟନ୍ତ ଲାଇସେନ୍ସ ମିଳିବ ନାହିଁ। ଗାଡ଼ି ରେଜିଷ୍ଟେସନ୍ ରଦ୍ଧ ହୋଇଯିବ। ନାବାଳକ ବିରୋଧରେ କିଶୋର ନ୍ୟାୟ ଆକ୍ଟ-୨୦୦୦ ଆଧାରରେ ମାମଲା ରୁଜୁ ହେବ। ଏହା ବ୍ୟତୀତ ନୂଆ ନିୟମ ଅନୁସାରେ ୪ବର୍ଷରୁ ଅଧିକ ବୟସ ପିଲାଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ତେବେ ନୂଆ ନିୟମ ଅନୁସାରେ ପ୍ରଥମ ଅପେକ୍ଷା ଏବେ ୫ରୁ ୩୦ଗୁଣା ଜରିମାନା ବଢ଼ିଯାଇଛି। ଦୁଇ ଚକିଆ ଗାଡ଼ିରେ ଓଭର ଲୋଡିଂ କରିଲେ ଏବେ ୧୦୦ ବଦଳରେ ୩ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ମଦ ପିଇ ଗାଡ଼ି ଚଳାଇଲେ: ଏବେ ମଦ ପିଇ ଗାଡ଼ି ଚଳାଇଲେ ଦୁଇ ହଜାର ନୁହେଁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ନୂଆ ଆକ୍ଟରେ ଏତିକି ଟଙ୍କା ଧାର୍ଯ୍ୟ କରାଯାଇଛି।

ହିଟ୍ ଆଣ୍ଡ୍ ରନ୍: ଏହି କେସରେ ଯଦି ପୀଡ଼ିତା ଅସୁସ୍ଥ ହୋଇପଡ଼ୁଛି ତାହେଲେ ଅଭିଯୁକ୍ତ ବାହନ ଚାଳକ ଉପରେ ୧୨୫୦୦ ଟଙ୍କା ଏବଂ ପୀଡ଼ିତାର ମୃତ୍ୟୁ ହୋଇଗଲେ ୨୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସିଟ୍ ବେଲ୍ଟ: ସିଟ୍ ବେଲ୍ଟ ନଲଗାଇଲେ ୧୦୦ଟଙ୍କା ନୁହେଁ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ହେଲମେଟ୍: ଗାଡ଼ି ଚଲାଇବା ସମୟରେ ହେଲମେଟ ନ ପିନ୍ଧିଲେ ୧୦୦ଟଙ୍କା ବଦଳରେ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ରେସିଂ: ଯଦି ଅନ୍ୟ ଗାଡ଼ି ସହିତ ରେସିଂ କରନ୍ତି ତେବେ ପାଞ୍ଚଶହ ଟଙ୍କା ବଦଳରେ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ବୀମା ନଥିଲେ: ଯଦି ବୀମା ନଥିବ ତେବେ ୧ହଜାର ବଦଳରେ ଦୁଇ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ତୀବ୍ର ବେଗ: ତୀବ୍ର ବେଗ ଅର୍ଥାତ୍ ଓଭର ଟେକ୍ କରି ଗଲେ ୪ଶହ ବଦଳରେ ୨ରୁ ୪ହଜାର ଟଙ୍କାକୁ ପ୍ରସ୍ତାବିତ କରାଯାଇଛି।

ଭୟାନକ ଗାଡ଼ି ଚାଳନା: ପୂର୍ବରୁ ଥିଲା ୧ହଜାର ଟଙ୍କା ନୂଆ ଆକ୍ଟରେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ବିନା ଡିଏଲ୍: ପାଞ୍ଚ ଶହ ବଦଳରେ ଦେବାକୁ ପଡ଼ିବ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି ଡିଏଲ ପାଇଁ ଅଯୋଗ୍ୟ ହୋଇଥିବେ ଆଉ ଧରା ପଡ଼ିବା ପରେ ବି ଗାଡ଼ି ଚଲାଉଥିବେ ତାହେଲେ ୧୦ ହଜାର ଟଙ୍କାର ଚାଲାଣ କଟାଯିବ। ଯାହାଏବେ ୫୦୦ଟଙ୍କା ଅଛି

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ