PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଆଜି ଟ୍ବିନ୍‌ ସିଟିରେ ସନ୍ଧ୍ୟା ୬ରୁ ୬ଟା ୨ମିନିଟ୍‌ ଯାଏ ବନ୍ଦ ରହିବ ଟ୍ରାଫିକ

ଭୁବନେଶ୍ବର ୫।୮ : ଆଜି ଟ୍ବିନ ସିଟିରେ ଦୁଇ ମିନିଟ୍‌ ପାଇଁ ବନ୍ଦ ରହିବ ଟ୍ରାଫିକ୍‌। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍‌ ଯାଏ ବନ୍ଦ ରହିବ ଟ୍ରାଫିକ୍‌ । କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ନିରବ ପ୍ରାର୍ଥନା କରାଯିବ। ଏନେଇ  ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସମଗ୍ର ମାନବ ଜାତି ଏବେ ଇତିହାସର ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି । ମହାମାରୀ କୋଭିଡ୍‌ ସାରା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏ ସଂକଟ କାଳରେ ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ । ସେମାନଙ୍କ ସେବାରୁ ଆମ ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି । ଆସନ୍ତୁ ଏହି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ଆମେ ସାଢ଼େ ୪ କୋଟି ଓଡ଼ିଆ ସମ୍ମାନ ଜଣାଇବା । ଆଜି (ବୁଧବାର) ସନ୍ଧ୍ୟା ୬ଟାରେ ସେମାନଙ୍କ ପାଇଁ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବା ।

ସବୁ ଓଡ଼ିଆଙ୍କୁ ଏମିତି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ଅବା ବାହାରେ ଯିଏ ଯେଉଁଠାରେ ଥାଆନ୍ତୁ ସେଠାରେ ଠିଆହୋଇ କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ ସେ ଅପିଲ୍‌ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି ।

ରାଜ୍ୟବାସୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଯୋଗୁଁ ସବୁ ଦେଶ ଅତି ଗମ୍ଭୀର ପରିସ୍ଥିତିରେ ଗତି କରୁଛି । ଆସନ୍ତାକାଲି ଓଡ଼ିଶାରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ । କୋଭିଡ ଯୁଦ୍ଧରେ ଆମ ସଂଗ୍ରାମରେ ଏହା ହେଉଛି ମହତ୍ୱପୂର୍ଣ୍ଣ ଘଟଣା । ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ । ଆମର ମୃତ୍ୟୁହାର ୦.୫୭ ପ୍ରତିଶତ ରହିଛି । ଏହା ସମଗ୍ର ଦେଶରେ ସବୁଠାରୁ କମ୍‌ । ଆମର ଆରୋଗ୍ୟଙ୍କ ସଂଖ୍ୟା ବଢ଼ିଛି, ମୃତ୍ୟୁହାର କମିଛି । ଏହାର ଶ୍ରେୟ ଆମ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କର । ଆମ ସମସ୍ତଙ୍କୁ ନିରାପଦରେ ରଖିବାକୁ ସେମାନେ ବିରାଟ ତ୍ୟାଗ ସ୍ୱୀକାର କରୁଛନ୍ତି । ଏପରିକି ଆମର ମୂଲ୍ୟବାନ ଜୀବନ ସୁରକ୍ଷା ପାଇଁ ଏ ଭୟାନକ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ଅନେକ ଜୀବନ ବଳିଦାନ ଦେଇଛନ୍ତି । କୋଭିଡ୍‌ ଯୋଦ୍ଧାମାନଙ୍କର ମାନବଜାତି ପାଇଁ ଏ ସର୍ବୋଚ୍ଚ ତ୍ୟାଗକୁ ପୁନଃସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ନିଜେ ନିରବ ପ୍ରାର୍ଥନାର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରିଛନ୍ତି ।