ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ

କୋଲକାତା,୨୫।୧୧: ମାତ୍ର ୧୩ ବର୍ଷ ବୟସରେ ବେଶ୍ୟାବୃତ୍ତି କରାଇବା ପାଇଁ ବିକ୍ରି ହୋଇଥିବା ଝିଅକୁ ମିଳିଲା ନ୍ୟାୟ। ପୂର୍ବ ଓଡିଶାରେ ରହୁଥିବା ଜଣେ କିଶୋରୀକୁ ଭାରତର ସବୁଠାରୁ ବଡ ରେଡ୍‌-ଲାଇଟ୍ ଏରିଆ ସୋନାଗାଚ୍ଛିରେ ବିକ୍ରୀ କରି ଦିଆଯାଇଥିଲା। ୨୦୧୬ରେ ଆଣ୍ଟି ଟ୍ରାଫିକିଂ ଅଧିକାରୀ ଉଦ୍ଧାର କରିବା ପରେ ପୀଡିତାଙ୍କ ରହିବା ପାଇଁ ଏବଂ ପଢିବା ପାଇଁ ସୁବିଧା ଯୋଗାଇ ଦେଇଥିଲେ। ଏବେ ଝିଅଟିକୁ ୧୭ ବର୍ଷ, ଗତ ସପ୍ତାହରେ ପଶ୍ଚିମବଙ୍ଗର ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟି(ଡିଏଲଏସ୍ଏ), କୋଲକାତା ଝିଅଟିକୁ ଦେଇଛନ୍ତି ୯ ଲକ୍ଷ ଟଙ୍କାର କ୍ଷତି ପୂରଣ। ଏହି ମାମଲାରେ ଜଣେ ନାବାଳକ ଦୋଷୀ ସାବ୍ୟସ୍ତ ହୋଇଥିବ ବେଳେ ଦୁଇଜଣକ ଅଭିଯୁକ୍ତଙ୍କର ଶୁଣାଣି ଚାଲିଛି ବୋଲି  ପୀଡିତାଙ୍କ ଓକିଲ କହିଛନ୍ତି।

ଏହି ମାମଲାରେ ଆଇନଜୀବି ସପ୍ତଶ୍ରୀ ବିଶ୍ବାସ କହିଛନ୍ତି, ପଶ୍ଚିମବଙ୍ଗର ଏହି ମାମଲାରେ ଉଦାହରଣ ସୃଷ୍ଟି କରିଥିବା ବେଳେ ଅନ୍ୟ ରାଜ୍ୟମାନେ ଏହାକୁ ଅନୁସରଣ କରିବେ।  ମାତ୍ର ୧ ପ୍ରତିଶତରୁ କମ୍ ଦେହବେପାର ପାଇଁ ଚାଲାଣ କରାଯାଇଥିବା ପୀଡିତା ଏଭଳି କ୍ଷତିପୂରଣ ପାଇଥାନ୍ତି। ଏହି କ୍ଷତିପୂରଣ ଅର୍ଥ ଦେଶର ପ୍ରତ୍ୟେକଟି ରାଜ୍ୟରେ ୧ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରହିଥାଏ। ତେବେ ଏଭଳି କ୍ଷତିପୂରଣ ପୂର୍ବରୁ କେବେ ମିଳିନି ବୋଲି ଆଇନଜୀବି ସପ୍ତଶ୍ରୀ ବିଶ୍ବାସ କହିଛନ୍ତି। ସପ୍ତଶ୍ରୀ ହେଉଛନ୍ତି  ଇଣ୍ଟର ନ୍ୟାସନାଲ ଜଷ୍ଟିସ୍ ମିଶନ୍ ନାମକ ଚାରିଟିର ଲିଗାଲ୍ ହେଡ୍ ।

ଅନେକ ଆଣ୍ଟି-ଟ୍ରାଫିକିଂ ଆଡଭୋକେଟଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟର ଏହା ହେଉଛି ସବୁଠାରୁ ବଡ କ୍ଷତିପୂରଣ। ପୀଡିତାଙ୍କ ବୟସ, ଭବିଷ୍ୟତର ଆଶା ଏବଂ ଏକ ନୂଆ ଜୀବନ ଗଠନ କରିବା ନେଇ ଏହି କ୍ଷତିପୂରଣ ଅର୍ଥ ଧାର୍ଯ୍ୟ କରାଯାଇଥିଲା। ଏବେ ପୀଡିତା ନାବାଳିକା ଜଣକ ସେଲଟର ହୋମରେ ଥିବା ବେଳେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଅଭିଯୁକ୍ତଙ୍କ ନାଁରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି।