ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ

ଲକ୍ଷ୍ମୀପୁର ୨୬/୧୦: ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ।ଏହି ଭଳି ଦୁଃଖଦ ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସିଙ୍ଗାରାମ ଷ୍ଟେସନ ନିକଟରେ ଘଟିଛି। ଗୋଟିଏ ପରିବାରର ବାପ,ପୁଅ ଓ ଝିଅଙ୍କ ମୃତ୍ୟୁ ମିଳିଛି। ମୃତକଙ୍କ ପରିଚୟ  ଜଣାପଡି ନାହିଁ। ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ସ୍ଥାନୀୟଲୋକ ଯାଉଥିବା ସମୟରେ ଲକ୍ଷ୍ମୀପୁର ବ୍ଲକ ସିଙ୍ଗାରାମ ଷ୍ଟେସନ ନିକଟରେ କିଛି ଲୋକଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଟ୍ରେନ୍‌ ଲାଇନ୍‌ରେ ମୃତଦେହ ଦେଖି ପୁରା ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଯାଇଛି । ମୃତଦେହ ପଡିଥିବାର ଖବର ତୁରନ୍ତ ପୋଲିସକୁ ଦିଆଯାଇଥିଲା । ତେବେ ମିଳିଥିବା ସୂଚାନୁସାରେ ଲକ୍ଷ୍ମୀପୁର ପୋଲିସ ଖବର ପାଇବାମାତ୍ର ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ମାମଲାର ଅଧିକ ଛାନ୍‌ଭିନ୍‌ କଲେ ପ୍ରକୃତ ତଥ୍ୟ ସାମ୍ନକୁ ଆସିବ ଆସିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ