ରେଳରୋକ ଆନ୍ଦୋଳନକାରୀଙ୍କ ଅଦ୍ଭୁତ ବଦମାସି : ଚାଳକଙ୍କ ଉପସ୍ଥିତି ବୁଦ୍ଧିରୁ ଟଳିଲା ଦୁର୍ଘଟଣା

ବିରିଡ଼ି,୪।୩ : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ବଡ଼ ଖଣ୍ଡାଇତା ପିଏଚ୍‌ଠାରେ ରେଳରୋକ ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଯାତ୍ରୀମାନେ ପାରାଦୀପ-ଭଦ୍ରକ ପାସେଞ୍ଜର ଟ୍ରେନ୍‌କୁ ଅଟକାଇ ରେଳରୋକ ଆନ୍ଦୋଳନ କରୁଥିବା ବେଳେ ବିପରୀତ ଦିଗରୁ ପୁରୀ-ପାରାଦୀପ ଇଣ୍ଟରସିଟି ପାସେଞ୍ଜର ଟ୍ରେନ ଆସୁଥିବା ଦେଖି ରେଳ ଧାରଣାରେ ଲୁହା ଖଣ୍ଡ ରଖିଦେଇଥିଲେ । ଏହି ଲୁହା ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଟ୍ରେନ୍‌ ସହ ଘୋଷାରି ହୋଇଯାଇଥିଲା ଏବଂ ପ୍ରଚଣ୍ଡ ଶବ୍ଦ କରିଥିଲା । ଟ୍ରେନ୍‌ର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ବ୍ରେକ୍‌ ଚାପି ଦେବାରୁ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନ୍‌ ରକ୍ଷା ପାଇଯାଇଥିଲା ।

ପାରାଦୀପ-ଭଦ୍ରକ ଯାତ୍ରୀବାହୀ ଟ୍ରେନ ପାରାଦୀପରୁ ବାହାରି କଟକରେ ପହଂଚିବାକୁ ଅହେତୁକ ବିଳମ୍ୱ କରୁଥିବା, ଯିବା ବାଟରେ ବିଭିନ୍ନ ଷ୍ଟପେଜରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଥିବାରୁ ଯାତ୍ରୀମାନେ ଠିକ୍‌ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁନାହାନ୍ତି । ଏଥିପାଇଁ ଯାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେବା ସହ ଏହାର ପ୍ରତିବାଦରେ ସେମାନେ ଉକ୍ତ ଟ୍ରେନ୍‌ରୁ ବଡ଼ଖଣ୍ଡାଇତା ପିଏଚ୍‌ଠାରେ ଓହ୍ଲାଇ ଏହାକୁ ଅଟକାଇ ବିକ୍ଷୋଭ କରିଥିଲେ । ଏହି ସମୟରେ ପୁରୀ-ପାରାଦୀପ ଇଣ୍ଟରସିଟି ଯାତ୍ରୀବାହୀ ଟ୍ରେନ କଟକରୁ ପାରାଦୀପ ଅଭିମୁଖେ ଆସୁଥିବା ବେଳେ ସେମାନେ ଟ୍ରେନ୍‌କୁ ଦେଖି ହଠାତ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ । କିଛି ଯାତ୍ରୀ ରେଳ ଧାରଣା ପାର୍ଶ୍ୱରେ ପଡ଼ିଥିବା ଲୁହାଖଣ୍ଡଗୁଡ଼ିକୁ ଲାଇନ ଉପରେ ଲମ୍ୱା ଭାବରେ ରଖିଦେଇଥିଲେ ।

ଡ୍ରାଇଭର ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇ ଦେବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା । ଟ୍ରେନ ରହିଯିବା ପରେ କେତେକ ଯାତ୍ରୀ ଗାଡ଼ିକୁ ଢେଲା ପଥର ପକାଇବା ସହ ଡ୍ରାଇଭରଙ୍କ ଉପରକୁ ହାତ ଉଠାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ ଯାତ୍ରୀ ଏହି ଘଟଣାର ଫଟୋ ନିଜ ମୋବାଇଲରେ ଉଠାଉଥିବା ବେଳେ ସେ ମଧ୍ୟ ଯାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ରେଳ ରୋକ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲେ ମଧ୍ୟ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ୱା ରେଳବାଇ ପୁଲିସ ପହଞ୍ଚି ନଥିଲେ । ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ଜଣେ ରେଳବାଇ ପୁଲିସ ଓ ରେଳ ଡ୍ରାଇଭରମାନେ ସମସ୍ତଙ୍କୁ ବୁଝାଶୁୁଝା କରିବାରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଆଜିର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଅଭାବନୀୟ କାଣ୍ଡ ଘଟାଇଥିବା ସଂପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଏବଂ ବଡ଼ ଖଣ୍ଡାଇତାଠାରେ ରେଳବାଇ ପୁଲିସ ମୁତୟନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା କାରନାମା

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ