୧୨ ମଇରୁ ଆରମ୍ଭ ହେବ ଆଂଶିକ ରେଳ ସେବା, ୧୫ ସହରକୁ ଗଡିବ ସ୍ପେଶାଲ୍ ଟ୍ରେନ୍

ନୂଆଦିଲ୍ଲୀ ୧୦/୫: ଭାରତୀୟ ରେଳବାଇ ଆସନ୍ତା ୧୨ ତାରିଖରୁ ଆଂଶିକ ରେଳ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଆଂଶିକ ଟ୍ରେନ୍ ସେବା ମେ ୧୨ ରୁ ଆରମ୍ଭ ହେବ  ଏବଂ ନୂଆଦିଲ୍ଲୀରୁ ୧୫ ଟି ସହରକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଟିକେଟ୍ ବୁକିଂ ୧୧ ମେ ଦିନ ୪ ଟାରୁ ଆରମ୍ଭ ହେବ । ମେ ୧୨ ପରେ ଟ୍ରେନ୍ ଅନ୍ୟ ରୁଟରେ ଆରମ୍ଭ ହୋଇପାରେ । ଏହି ଟ୍ରେନଗୁଡ଼ିକ ନୂଆଦିଲ୍ଲୀ ଷ୍ଟେସନରୁ ଡିବ୍ରୁଗଡ, ଅଗରତାଲା, ହାୱଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ,  ବେଙ୍ଗାଲୁରୁ, ଚେନ୍ନାଇ, ଥିରୁବନନ୍ତପୁରମ୍, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜାମ୍ମୁ ଅଭିମୁଖେ ଯାତ୍ରା କରିବେ।

ଭାରତୀୟ ରେଳବାଇ କହିଛି ଯେ ଷ୍ଟେସନରେ ଟିକେଟ୍ ବୁକିଂ ୱିଣ୍ଡୋ ବନ୍ଦ ରହିବ ।  ପ୍ଲାଟଫର୍ମ ଟିକେଟ୍ ସମେତ କୌଣସି କାଉଣ୍ଟର ଟିକେଟ୍ ଦିଆଯିବ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।  ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ପରେ, ଯେଉଁ  ଯେଉଁମାନଙ୍କଠାରେ ଭାଇରସର ଲକ୍ଷଣ ଦେଖାଯିବନି କେବଳ ସେହି ଲୋକଙ୍କୁ ଟ୍ରେନରେ ଚଢିବାକୁ ଅନୁମତି ଦିଆଯିବ ।

ଏହା ପରେ ଧୀରେ ଧୀରେ ଅନ୍ୟ ମାର୍ଗରେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହେବ । ଏଥିପାଇଁ କେବଳ ଅନଲାଇନ୍ ଟିକେଟ୍ IRCTC ମାଧ୍ୟମରେ ବୁକ୍ ହେବ । ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ । ରେଳବାଇ କହିଛି ଯେ ଯାତ୍ରା ପୂର୍ବରୁ ସମସ୍ତଙ୍କୁ ଥର୍ମାଲ୍ ସ୍କ୍ରିନିଂ କରାଯିବ। କେବଳ ଯେଉଁମାନଙ୍କ ଟିକେଟ୍ କନଫର୍ମ ହୋଇଛି ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । କହିରଖୁଛୁ ବର୍ତ୍ତମାନ ଦେଶରେ କୌଣସି କାଉଣ୍ଟର ଖୋଲା ନାହିଁ ଏବଂ କେବଳ IRCTC ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି ।

   ସମ୍ବନ୍ଧିତ ଖବର


ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…

ଆଜିଠୁ ଉପକୂଳରେ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ…