‘ଫୋନି’ ପାଇଁ ଟ୍ରେନ୍ ବନ୍ଦ

ଭୁବନେଶ୍ୱର ୧/୫: ପୁଣି ଗତିପଥ ବଦଳାଇଛି ‘ଫୋନି’ । ପୂର୍ବରୁ ପୁରୀରେ ଲାଣ୍ଡଫଲ କରିବା ନେଇ ଆକଳନ କରାଯାଉଥିବାବେଳେ ଫୋନି ପୁଣି ଚକମା ଦେଇ ଗତିପଥ ବଦଳାଇଛି । ଫୋନି ଜଗତସିଂହପୁରରେ ଲାଣ୍ଡଫଲ କରିବା ନେଇ ଅନୁମାନ କରିଛନ୍ତି ବିଭିନ୍ନ ପାଣି ପାଗ ସଂସ୍ଥା । ତେବେ ସମ୍ଭାବ୍ଯ ବାତ୍ଯା ପାଇଁ ଟ୍ରେନ୍ ସେବା ପ୍ରଭାବିତ ହେବା ଆଶଙ୍କା ମଧ୍ଯ ରହିଛି ।

ଆସନ୍ତାକାଲିଠାରୁ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସମ୍ଭାବ୍ଯ ବାତ୍ଯା ପ୍ରଭାବିତ ଜିଲ୍ଲା ଗୁଡିକରେ ଟ୍ରେନ୍ ରୁଟ୍ ବନ୍ଦ ରହିବା ସମ୍ଭାବନା ରହିଛି ।  କାଲି ସନ୍ଧ୍ଯା ପରଠୁ କେତେକ ଟ୍ରେନ୍ ସେବା ବାତିଲ୍ କରାଯିବା ସମ୍ଭାବନା ରହିଥିବାରୁ ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଯାତ୍ରା ଯୋଜନା କରିବାକୁ ପୂର୍ବତନ ରେଳପଥ ପକ୍ଷରୁ ପରାମର୍ଶ  ଦିଆଯାଇଛି ।

ଫୋନି ପାଇଁ ୭୪ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଚଳାଚଳ କରିବାକୁ ଥିବା ସମସ୍ତ ଟ୍ରେନ୍ ସ୍ଥଗିତ ରହିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ । ପ୍ରମୁଖ ଦୂରଗାମୀ ଟ୍ରେନ ମଧ୍ୟରେ ହାଓ୍ୱଡ଼ା-ଇଷ୍ଟକୋଷ୍ଟ କୋରୋମଣ୍ଡଳ ଏକ୍ସପ୍ରେସ ବାତିଲ୍ ହୋଇଛି। ହାଓ୍ୱଡ଼ାରୁ ପୁରୀ, ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦ ଯିବାକୁ ଥିବା ଟ୍ରେନ୍ ବାତିଲ୍ ହୋଇଛି। ପୁରୀ-ହାୱଡା ଲାଇନ୍ ଭିତରେ ଚଳାଚଳ ବାତିଲ । ଭଦ୍ରକ-ବିଶାଖାପାଟଣା ଲାଇନ୍ ଭିତରେ ମଧ୍ଯ ଚଳାଚଳ ବାତିଲ । କାଲି ସନ୍ଧ୍ଯାରୁ ୩ ତାରିଖ ଯାଏ ବନ୍ଦ ରହିବ ଟ୍ରେନ୍ ଚଳାଚଳ ।  

କହିରଖୁଛୁ ଫୋନି ପାଇଁ ନନ୍ଦନକାନନ ମଧ୍ଯ ବନ୍ଦ ରହିବ । ଆସନ୍ତାକାଲିଠାରୁ ୪ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବ । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ଯ ବନ୍ଦ ରହିବ। ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବା ସହିତ  ହେବାକୁ ଥିବା ପରୀକ୍ଷା ଗୁଡ଼ିକର ସମୟ ମଧ୍ଯ ପରିବର୍ତ୍ତନ ହୋଇଛି । ବିପିୟୁଟିର ସେମିଷ୍ଟାର ପରୀକ୍ଷା ଆସନ୍ତା ୨୫କୁ ଘୁଞ୍ଚାଯାଇଛି ।

   ସମ୍ବନ୍ଧିତ ଖବର


‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ