PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପଶ୍ଚିମବଙ୍ଗରେ ଆନ୍ଦୋଳନର ପ୍ରଭାବ, ଓଡିଶାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କୋଲକାତା/ ଭୁବନେଶ୍ବର,୧୪।୧୨: ନାଗରିକ ସଂଶୋଧନ ବିଲ୍‌କୁ  ବିରୋଧରେ କରି ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ବିକ୍ଷୋଭକାରୀମାନେ ହିଂସାତ୍ମକ ପ୍ରଦର୍ଶନ ଜାରି ରଖିଥିବାରୁ ପଶ୍ଚିମବଙ୍ଗ ଦେଇ ଯାତାୟତ କରୁଥିବା ବିଭିନ୍ନ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଖଡଗପୁର ଓ ସଂକ୍ରାଏଲ୍‌ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ମୌରୀଗ୍ରାମ, ବଙ୍କ୍ରା , ନୟାବାଜ ଓ ନଳପୁରରେ ଲୋକମାନେ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହାଓ୍ବାଡାରୁ ବିଭିନ୍ନ ସ୍ଥାନରୁ ଯାଉଥିବା ୭ଟି ଟ୍ରେନ ବାତିଲ କରାଯାଇଛି। ସେଭଳି ପୁରୀରୁ ଯାଉଥିବା ୩ଟି ଟ୍ରେନ ବାତିଲ କରାଯାଇଛି। ଆଶିଂକ ଭାବରେ ଗୋଟିଏ ଟ୍ରେନ ବାତିଲ କରାଯାଇଛି।

ଏଥିପାଇଁ ହାଓଡାରୁ ନିମ୍ନ ଲିଖିତ ଟ୍ରେନମାନଙ୍କୁ ବାତିଲ୍‌ କରାଯାଇଛି ।

ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ

୦୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ

୦୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୦୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୦୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୦୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୦୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ

୦୭. ୧୨୮୬୦ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହେଉଥିବା ଟ୍ରେନ –

୦୧. ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ

୦୨. ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତା କଲି ପୁରୀରୁ

୦୩. ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତା କଲି ପୁରୀରୁ

ଆଂଶିକ ବାତିଲ ହେଉଥିବା ଟ୍ରେନ

୦୧. ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗ୍ପୁର ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ

ସମ୍ବନ୍ଧିତ ଖବର