PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଟ୍ରେନ୍‌କୁ ପଥର ନ ଫିଙ୍ଗିବାକୁ ରେଳବାଇର ସଚେତନତା; ନ ହେଲେ ପଡିବ ମହଙ୍ଗା

ଭୁବନେଶ୍ୱର ୧୦/୯ : ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପିଲାମାନେ ଖେଳ କିମ୍ବା ମଜା ନେବା ପାଇଁ ଚଳନ୍ତା ଟ୍ରେନ୍‌କୁ ପଥର ଫିଙ୍ଗିବା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ରେଳବାଇ ପକ୍ଷରୁ ଏହାର ପରିସୀମା ମଧ୍ୟରେ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି । ତାଛଡା ରେଳଧାରଣା ନକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କର ପିତାମାତାଙ୍କୁ ଏହି ବିଷୟରେ ଅବଗତ କରାଯାଇ ସେମାନଙ୍କ ପିଲାମାନଙ୍କୁ ରେଳଧାରଣା ନିକଟକୁ ନ ଛାଡିବାକୁ କୁହାଯାଇଛି ।

ଏନେଇ ଆସନ୍ତା ଏକ ମାସ ଯାଏଁ ସଚେତନତା କାର୍ଯ୍ୟକ୍ରମ ଚାଲିବ । ପଥପ୍ରାନ୍ତ ନାଟକ ସହ ପୋଷ୍ଟର, ବ୍ୟାନର, ପାମ୍ପଲେଟ୍‌, ବ୍ରୋସିୟର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ । ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜାରାମଙ୍କ ନେତୃତ୍ୱରେ ସୁରକ୍ଷା ବଳ ଦଳ ଚିହ୍ନଟ ସ୍ଥାନଗୁଡିକରେ ପହଞ୍ଚି ସେଠାକାର ଯୁବଗୋଷ୍ଠୀ ଓ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରିଥିଲେ । ରେଳବାଇ ସୁରକ୍ଷାବଳ ପକ୍ଷରୁ ଯୁବ ଓ ଛୋଟ ପିଲାମାନଙ୍କୁ ଚକୋଲେଟ ମଧ୍ୟ ବଣ୍ଟାଯାଇ ସଚେତନ କରାଯାଉଛି ।
 

ରେଳବାଇ ତଥ୍ୟ ଅନୁସାରେ ୨୦୧୮ ମସିହାରେ ଏସଂକ୍ରାନ୍ତୀୟ ଘଟଣା ଭୁବନେଶ୍ୱର ଅଞ୍ଚଳରେ ୬ଟି, କଟକ ଅଞ୍ଚଳରେ ୨ଟି ଏବଂ ସମ୍ବଲପୁର ରେଳମଣ୍ଡଳ ଅଞ୍ଚଳରେ ଦୁଇଟି ଘଟିଛି । ସେହିପରି ୨୦୧୯ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମୁଦାୟ ୧୮ଟି ଘଟଣା ଘଟିଛି । ତା’ଭିତରୁ ୪ଟି ଘଟଣା ଯାଜପୁର କେନ୍ଦୁଝର ରୋଡ ଅଞ୍ଚଳରେ, ଭୁବନେଶ୍ୱର ଓ ବିଶାଖାପାଟଣା ଅଞ୍ଚଳରେ ୩ଟି ଲେଖାଏଁ, ନିର୍ଗୁଣ୍ଡି, ମୋଟାରି, ରମ୍ଭା, ସୋଲାରି, ବାଲୁଗାଁ, ଇଚ୍ଛାପୁରମ୍‌, ଅନୁଗୁଳ, କୋରାପୁଟ ଆଦି ଅଞ୍ଚଳରେ ଗୋଟାଏ ଲେଖାଏଁ ଘଟଣା ଘଟିଛି । ୨୦୧୮ରେ ଏଥିପାଇଁ ଜଣଙ୍କୁ ଗିରଫ କରାଯାଇଛି ।

୨୦୧୯ରେ ଜଣେ ନାବାଳକ ଉପରେ ଏହି ମାମଲାରେ ଆଇନ୍‌ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏସଂକ୍ରାନ୍ତୀୟ ଘଟଣା ଦେଖିଲେ ଜନସାଧାରଣ ୧୮୨କୁ ଡାଏଲ୍‌ କରି ଘଟଣା ବାବଦରେ ତୁରନ୍ତ ଜଣାଇ ପାରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର