ସନ୍ଧ୍ୟା ୬ଟାରୁ ହେବ ବୁକିଂ, ସିଷ୍ଟମରେ ଅପଲୋଡ୍ ହୋଇନି ଟ୍ରେନ୍‌ଗୁଡିକର ଡାଟା

ନୂଆଦିଲ୍ଲୀ ୧୧/୫: ଲକଡାଉନ ମଧ୍ୟରେ କେନ୍ଦ୍ରସରକାର ଯାତ୍ରୀବାହୀ ଟ୍ରେନ୍ ଚଳାଇବା ନେଇ ନିଷ୍ପତ୍ତି ନେଇଥିଲେ ଏବଂ କହିଥିଲେ କି ୧୧ ମେ ୨୦୨୦ ଅପରାହ୍ନ ୪ ଟାରେ ଆଇଆରସିଟିସିର ୱେବସାଇଟ ଓ ରେଳ କନେକ୍ଟ ଆପରୁ ଟିକେଟ୍ ବୁକିଂ ହେବ । କିନ୍ତୁ ପରେ ଟିକେଟ୍ ବୁକିଂ ସମୟ ବଦଳିକି ସନ୍ଧ୍ୟା ୬ଟା କରିଦିଆଗଲା । ଏହି ବୁକିଂ ପରେ ୧୨ମେ ରୁ ୧୫ ସ୍ପେଶାଲ ଟ୍ରେନ୍ ଚାଲିବ ଯାହାକି ନୂଆଦିଲ୍ଲୀ ଷ୍ଟେସନରୁ ଡିବ୍ରୁଗଡ, ଅଗରତାଲା, ହାୱଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ,  ବେଙ୍ଗାଲୁରୁ, ଚେନ୍ନାଇ, ଥିରୁବନନ୍ତପୁରମ୍, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜାମ୍ମୁ ଅଭିମୁଖେ ଯାତ୍ରା କରିବେ।

କହିରଖୁଛୁ ପ୍ରଥମେ ୪ଟେର ବୁକିଂ ହେବାର ଥିଲା କିନ୍ତୁ ସାଇଟ୍ ଖୋଲିଲାନି ଏବଂ ଆପ୍ ମଧ୍ୟ ଡାଉନ ରହିଲା । ଏହା ପରେ ରେଳମନ୍ତ୍ରାଳୟ ଓ ଆଇଆରସିଟିସି ତରଫରୁ କୁହାଗଲା କି ସିଷ୍ଟମରେ ୧୨ ମେରୁ ଚାଲିବାକୁ ଥିବା ଟ୍ରେନ୍ ଡାଟା ଅପଲୋଡ୍ ହୋଇନି ଏବଂ ଏଥିପାଇଁ ଅସୁବିଧା ହେଉଛି । ତେବେ ସାଇଟ୍ ଓପନ କଲେ ସୂଚନା ମିଳୁଛି କି ସନ୍ଧ୍ୟା ୬ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । କହିରଖୁଛୁ କେବଳ ଆଇଆରସିଟିସି ୱେବସାଇଟ୍ ‌ www.irctc.co.in ରେ ସିଟ୍‌ ସଂରକ୍ଷଣ କରିହେବ ବୋଲି ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ରେଳ ଷ୍ଟେସନ୍‌ଗୁଡ଼ିକରେ ଥିବା ଟିକେଟ୍‌ ବୁକିଂ କାଉଣ୍ଟର୍‌ ବନ୍ଦ ରହିବ । ପ୍ଲାଟଫର୍ମ ଟିକେଟ୍‌ ସମେତ ଅନ୍ୟ କୌଣସି କାଉଣ୍ଟର୍‌ ଟିକେଟ୍‌ ଦିଆଯିବ ନାହିଁ । ଯାତ୍ରୀମାନେ କେବଳ ବୈଧ ନିଶ୍ଚିତ (ଭେଲିଡ୍‌ କନଫରମଡ୍‌) ଟିକେଟ୍‌ ନେଇ ଷ୍ଟେସନକୁ ପଶିପାରିବେ । ଯାତ୍ରା ସମୟରେ ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଟ୍ରେନ୍‌ ଛାଡ଼ିବା ପୂର୍ବରୁସ୍କ୍ରିନିଂ ହେବା ଆବଶ୍ୟକ । ଯେଉଁମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବ, ସେହିମାନେ ଟ୍ରେନରେ ଯାତ୍ରା କରିପାରିବେ । ପରେ ମନ୍ତ୍ରଣାଳୟ ପକ୍ଷରୁ ଟ୍ରେନଗୁଡିକର ଛାଡିବା ନେଇ ନିର୍ଦ୍ଧାରିତ ସୂଚୀ ଜାରି ହେବ ।

ଭାରତୀୟ ରେଳ ମନ୍ତ୍ରଣାଳୟ ଧୀରେ ଧୀରେ ବିଭିନ୍ନ ରୁଟ୍‌ରେ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ କରିବ । ତେବେ ଅଧିକ ସଂଖ୍ୟକ କୋଚ୍‌ ମିଳିବା ପରେ ଆରମ୍ଭ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ୨୦ ହଜାର କୋଚ୍‌ କୋଭିଡ୍‌-୧୯ କେଆର୍‌ ସେଣ୍ଟର୍‌ ହୋଇଛି । ସେହିପରି ୩ଶହ ଟ୍ରେନ୍‌ ପ୍ରତିଦିନ ‘ଶ୍ରମିକ୍‌ ସ୍ପେଶାଲ୍‌’ ଭାବେ ଯାତାୟାତ କରୁଛି । ଯାହା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଭିନ୍ନ ରାଜ୍ୟକୁ ଯାଉଛି । ତେଣୁ ସେହି କୋଚ୍‌ଗୁଡିକ ଫେରିଲେ ଅଧିକ ସଂଖ୍ୟକ ଟ୍ରେନ୍‌ ଚାଲିପାରିବ ବୋଳି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତୀୟ ରେଳବାଇ କହିଛି ଯେ ଷ୍ଟେସନରେ ଟିକେଟ୍ ବୁକିଂ ୱିଣ୍ଡୋ ବନ୍ଦ ରହିବ ।  ପ୍ଲାଟଫର୍ମ ଟିକେଟ୍ ସମେତ କୌଣସି କାଉଣ୍ଟର ଟିକେଟ୍ ଦିଆଯିବ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।  ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ପରେ, ଯେଉଁ  ଯେଉଁମାନଙ୍କଠାରେ ଭାଇରସର ଲକ୍ଷଣ ଦେଖାଯିବନି କେବଳ ସେହି ଲୋକଙ୍କୁ ଟ୍ରେନରେ ଚଢିବାକୁ ଅନୁମତି ଦିଆଯିବ ।

   ସମ୍ବନ୍ଧିତ ଖବର


ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ସକାଳୁ ଉଠି ଖାଆନ୍ତୁ ଏହି ସବୁ ଖାଦ୍ୟ

ଏଥର ଦୀପାବଳିରେ ବାଣ ଫୁଟିବ ତ ? ବାଣ ମଗାଇବେ କି’ ନାହିଁ ଦ୍ୱନ୍ଦ୍ୱରେ ହୋଲ୍‌ସେଲ୍‌ ବ୍ୟବସାୟୀ

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ନୂଆ ଦାମ୍