PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କରୋନା କରିଦେଲା କାଙ୍ଗାଳ: ଟିଭି, ଫ୍ରିଜ୍‌ ବିକି ଘରଭଡ଼ା ଦେଉଛନ୍ତି କିନ୍ନର, ଦୁଇବେଳା ଦାନା ଯୋଗାଡ଼ ମୁସ୍କିଲ

ନୂଆଦିଲ୍ଲୀ,୭/୦୮: ମାର୍ଚ୍ଚରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଆମ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ବିବାହ, ପିଲାଜନ୍ମ ଓ ଅନ୍ୟାନ୍ୟ ପର୍ବରେ ଆମେ ଲୋକଙ୍କ ଘରକୁ ଯାଇ ସେମାନଙ୍କର ମଙ୍ଗଳ କାମନା କରୁଥିଲୁ । କିଛି ରୋଜଗାର ହୋଇଯାଉଥିଲା । ଏବେ କରୋନା କାଳରେ ଲୋକମାନେ ଘରେ ପୂରାଇ ଦେଉନାହାନ୍ତି । ଆମ ଭିତରେ କିଛି ଯୌନକର୍ମୀ ବି ରହିଛନ୍ତି । କିନ୍ତୁ ସାମାଜିକ ଦୂରତା ନିୟମ ପାଇଁ ସେମାନେ ବି ଖାଲି ବସିଛନ୍ତି । ଏବେ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା ମୁସ୍କିଲ ହୋଇପଡୁଛି । ଦିଲ୍ଲୀରେ ରହୁଥିବା କିନ୍ନର ସମୁଦାୟର ନିରବୈର କୌର ଏଭଳି କହିଛନ୍ତି ।
ସେ ଆହୁରି କହିଛନ୍ତି, ଘରଭଡ଼ା ଦେବା ପାଇଁ ଟଙ୍କା ନ ଥିବାରୁ ଟିଭି, ଫ୍ରିଜ, ମୋବାଇଲ ଆଦି ବିକ୍ରି କରିବାକୁ ପଡ଼ିଛି । ଏବେ ପାଖରେ ଟଙ୍କା ନ ଥିବାରୁ ଦୁଇଓଳି ଦୁଇମୁଠା ଖାଇବା ମୁସ୍କିଲ ହୋଇପଡ଼ୁଛି । ରବିବାର ନଜଫଗଡ଼ ବଜାର ଯାଇ କିଛି ଅର୍ଥ ରୋଜଗାର କରିବାକୁ ଭାବିଥିଲି । ଦିନସାରା ବୁଲିବା ପରେ ୨୯୦ ଟଙ୍କା ମିଳିଥିଲା । ଜୀବନରେ ଏତେ ଖରାପ ଦିନ ଆମେ ପୂର୍ବରୁ କଦାପି ଦେଖି ନ ଥିଲୁ ।

୨୦୧୧ ଜନଗଣନା ମୁତାବକ ଦେଶରେ ୪ ଲକ୍ଷ ୮୦ ହଜାର କିନ୍ନର ଅଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ନିର୍ବାଚନ କମିଶନରେ ମାତ୍ର ୩୦ ହଜାର ପଞ୍ଜୀକୃତ ଅଛନ୍ତି । କିନ୍ନରଙ୍କ ପାଇଁ କାମ କରୁଥିବା ଏନ୍‌ଜିଓ ମୁତାବକ ଏବେ ଏମାନଙ୍କ ସଂଖ୍ୟା ୨୦ ଲକ୍ଷଠାରୁ ଅଧିକ ରହିଛି ।

୨୦୧୮ରେ ଜାତୀୟ ମାନବାଧିକାର କମିଶନ କିନ୍ନରଙ୍କ ଉପରେ ଏକ ଅଧ୍ୟୟନ କରିଥିଲା । କିନ୍ନରଙ୍କ ଅଧିକାରକୁ ଠିକ୍‌ ଭାବେ ନ୍ୟାୟ ଦିଆଯାଉ ନ ଥିବା ଜଣାପଡ଼ିଥିଲା । ସେମାନେ ନିଜକୁ ସବୁବେଳେ ଭିନ୍ନ ଅନୁଭବ କରୁଛନ୍ତି । ଘରେ, ସମ୍ପ୍ରଦାୟରେ ଏବଂ ପ୍ରତିଷ୍ଠାନରେ ସେମାନଙ୍କୁ ସାମାଜିକ ଓ ଲିଙ୍ଗଗତ ବୈଷମ୍ୟରେ ବଞ୍ଚିବାକୁ ପଡୁଛି । ଏବେ ଲକ୍‌ଡାଉନ୍‌ ଏମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି ।

ହମ୍‌ସଫର ଟ୍ରଷ୍ଟ ଜରିଆରେ କିନ୍ନରଙ୍କୁ ସାହାଯ୍ୟ କରୁଥିବା ସୌମ୍ୟା ଗୁପ୍ତା (କିନ୍ନର) କୁହନ୍ତି, ମାର୍ଚ୍ଚରେ ଲକ୍‌ଡାଉନ୍‌ ଲାଗୁ ପରେ କିଛି ଦିନ ପରେ ସରକାର ଏପ୍ରିଲରେ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । କିନ୍ତୁ ଏହି ସହାୟତା ୬ରୁ ୭୦୦୦ କିନ୍ନରଙ୍କୁ ମିଳିଥିଲା । ଅନ୍ୟମାନଙ୍କ ସମସ୍ୟା ବଢ଼ିବାକୁ ଲାଗିଥିଲା ।

ସୌମ୍ୟାଙ୍କ ମୁତାବକ ପଶ୍ଚିମବଙ୍ଗ, ତେଲଙ୍ଗାନା, ମଣିପୁର ଭଳି କିଛି ରାଜ୍ୟରେ କିନ୍ନରଙ୍କ ପାଇଁ ପୃଥକ୍‌ କୋଭିଡ୍‌ ବେଡ୍‌ ବ୍ୟବସ୍ଥା କରାଯାଇଛି । କିନ୍ତୁ ସବୁଠାରେ ଏଭଳି କରାଯାଇ ନାହିଁ । ସବୁ ହସ୍ପିଟାଲରେ ଗୋଟିଏ ୱାର୍ଡ କିନ୍ନରଙ୍କ ପାଇଁ ସଂରକ୍ଷିତ ରଖାଯିବା ଉଚିତ ଥିଲା ।

ସେ କହିଛନ୍ତି, ଶ୍ରମିକମାନେ ସହରରୁ ଗ୍ରାମକୁ ଚାଲିଗଲେ । କିନ୍ତୁ କିନ୍ନରମାନେ କୁଆଡ଼େ ଯିବେ? ଆମକୁ ସବୁ ସ୍ଥାନରୁ ବାହାର କରିଦିଆଯାଉଛି । ତେଣୁ ଆମେ ଦଳ ବନାଇ ଅଲଗା ରହୁଛୁ । କିନ୍ତୁ ଖାଦ୍ୟ ନ ମିଳିଲେ ମରିବା ଛଡ଼ା କିଛି ଉପାୟ ନାହିଁ ।

ସମ୍ବନ୍ଧିତ ଖବର