ମୋଟର ଯାନ ଆଇନ ଟେନ୍‌ସନ ହେଲା ଦୂର, ଖୋଲିଲା କଲ୍‌ ସେଣ୍ଟର ଓ ହେଲ୍‌ପ ଡେସ୍କ

ଭୁବନେଶ୍ୱର ୮/୯ : ନୂଆ ମୋଟର ଯାନ ଆଇନକୁ ନେଇ ସାରା ରାଜ୍ୟବାସୀ ଛଟପଟ ହେଉଛନ୍ତି । ପୁଲିସ ଓ ପରିବହନ ଅଧିକାରୀ ଯେତିକି ଜରିମାନା ଲଗାଉଛନ୍ତି, ଲୋକଙ୍କ ଅସନ୍ତୋଷ ଓ ରାଗ ସେତିକି ତେଜୁଛି । ନୂଆ ଆଇନ ଅନୁସାରେ ଲୋକଙ୍କୁ ତ୍ୱରିତ ଲାଇସେନ୍‌ସ ପ୍ରଦାନ ସହ ନବୀକରଣ ପାଇଁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପରିବହନ ବିଭାଗ । ଏଥିପାଇଁ ପ୍ରତି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଖୋଲିବ ସ୍ୱତନ୍ତ୍ର ହେଲପ୍‌ ଡେସ୍କ । ଏହାଛଡ଼ା ପରିବହନ ବିଭାଗ ପକ୍ଷରୁ ଏକ କଲ୍‌ ସେଣ୍ଟର ଖୋଲିବ । ଟୋଲ୍‌ ଫ୍ରି ନମ୍ବର ଜରିଆରେ ଗାଡ଼ି ମାଲିକ ଓ ଚାଳକମାନେ ନୂଆ ଆଇନ ନେଇ ଥିବା ସମସ୍ୟା ସଂପର୍କରେ ସିଧାସଳଖ ପଚାରି ବୁଝିପାରିବେ । ଏହାଛଡ଼ା ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଏଣିକି ମାଗଣା ଚିକିତ୍ସା ସେବା ମିଳିବ । ସରକାରୀ ସହ ବେସରକାରୀ ହସପିଟାଲରେ ମଧ୍ୟ ମାଗଣା ଚିକିତ୍ସା କରାଯିବ । ଏ ବାବଦ ଖର୍ଚ୍ଚ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ରୁ ଭରଣା କରିବାକୁ ନିଷ୍ପତ୍ତି ହୋଇଛି ।

ସେପ୍‌ଟେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲାବେଳେ ବହୁ ଗାଡ଼ି ଚାଳକ ଓ ମାଲିକ ଏବେ ଆବଶ୍ୟକୀୟ କାଗଜପତ୍ର ନେଇ ହଇରାଣ ହରକତ ହେଉଛନ୍ତି । ଗାଡ଼ି କାଢ଼ିବା ବେଳକୁ ଛାନିଆ ହୋଇପଡ଼ୁଛନ୍ତି । ଆର୍‌ଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍‌ସ ପାଇଁ ହଜାର ହଜାର ସଂଖ୍ୟାରେ ଆବେଦନ ପଡ଼ିଛି । ଲୋକଙ୍କୁ କିଭଳି ତୁରନ୍ତ ଲାଇସେନ୍ସ ମିଳିବ ସେଥିପାଇଁ ସବୁ ଆର୍‌ଟିଓ ଅଫିସରେ ହେଲ୍‌ପ ଡେସ୍କ ଖୋଲିଛି । କିଭଳି ତୁରନ୍ତ ଫିଟ୍‌ନେସ୍‌ ସାର୍ଟିଫିକେଟ ସହ ଲାଇସେନ୍‌ସ ନବୀକରଣ ହେବ ସେଥିରେ ଏହି ଡେସ୍କ ସହାୟତା କରିବ । ବିଶେଷ କରି ଅଟୋଗୁଡ଼ିକର କାଗଜପତ୍ରକୁ ଅଗ୍ରାଧିକାର ଦେବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି । ଡ୍ରାଇଭିଂ ଲାଇସେନସ୍‌ ପାଇଁ ଅଧିକ ସ୍ଲଟ ରଖିବା, ଡ୍ରାଇଭିଂ ଲାଇସେନସ୍‌ ପରୀକ୍ଷା ଦେବାକୁ ଦିନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ।

ଦୈନିକ ରାଜ୍ୟରେ କେତେ ପ୍ରଦୂଷଣ ସାର୍ଟିଫିକେଟ ପ୍ରଦାନ କରାଗଲା ତା’କୁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସେଲ ଅନୁଧ୍ୟାନ କରିବ । ଦିନକୁ କେତେ ଡ୍ରାଇଭିଂ ଲାଇସେନ୍‌ସ ଆବେଦନ ହେଉଛି ଏବଂ କେତେ ଇସ୍ୟୁ ହେଉଛି ତା’କୁ ମଧ୍ୟ ସେଲ ଅନୁଧ୍ୟାନ କରିବ ବୋଲି ପରିବହନ ବିଭାଗ ସ୍ଥିର କରିଛି । ଏହାବ୍ୟତିତ ସ୍ୱତନ୍ତ୍ର ଭାବେ ପରିବହନ ବିଭାଗ ପକ୍ଷରୁ କଲ ସେଣ୍ଟର ଖୋଲିଛି ।

ଲୋକମାନେ ଟୋଲ ଫ୍ରନମ୍ବର-୧୮୦୦-୩୪୫-୧୦୭୩ରେ ଯୋଗଯୋଗ କରି ନିଜ ସମସ୍ୟା ଅବଗତ କରାଇ ସମାଧାନର ବାଟ ବୁଝିପାରିବେ । ଏହି ସେଣ୍ଟର ସକାଳ ୮ରୁ ରାତି ୧୦ ଯାଏ ଖୋଲା ରହିବ ।ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ୪୮ ଘଣ୍ଟା ହେଉଛି ଗୁରୁତ୍ୱପୂର୍ଣ୍ଣ । ଯେପରି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମୃତ୍ୟୁମୁଖରେ ନ ପଡ଼ନ୍ତି ସେଥିପାଇଁ ଏଣିକି ସରକାରୀ ଓ ବେସରକାରୀ ହସପିଟାଲରେ ମାଗଣା ଚିକିତ୍ସା ଦିଆଯିବ ।

ଲୋକମାନେ ଟୋଲ ଫ୍ରନମ୍ବର-୧୮୦୦-୩୪୫-୧୦୭୩ରେ ଯୋଗଯୋଗ କରି ନିଜ ସମସ୍ୟା ଅବଗତ କରାଇ ସମାଧାନର ବାଟ ବୁଝିପାରିବେ । ଏହି ସେଣ୍ଟର ସକାଳ ୮ରୁ ରାତି ୧୦ ଯାଏ ଖୋଲା ରହିବ ।ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ୪୮ ଘଣ୍ଟା ହେଉଛି ଗୁରୁତ୍ୱପୂର୍ଣ୍ଣ । ଯେପରି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମୃତ୍ୟୁମୁଖରେ ନ ପଡ଼ନ୍ତି ସେଥିପାଇଁ ଏଣିକି ସରକାରୀ ଓ ବେସରକାରୀ ହସପିଟାଲରେ ମାଗଣା ଚିକିତ୍ସା ଦିଆଯିବ ।

ପ୍ରଥମ ଦଫାରେ କଟକ ଓ ଭୁବନେଶ୍ୱରର ଘରୋଇ ହସପିଟାଲରେ ଏହି ସୁବିଧା ମିଳିବା ପରେ ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ଆଦି ବଡ଼ ସହରରେ ଥିବା ଘରୋଇ ହସ୍‌ପିଟାଲଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ । ଯୋଜନାରେ ଆପୋଲୋ, ଆମ୍ରି ଓ ଅଶ୍ୱିନୀ ଭଳି ବଡ଼ ହସପିଟାଲଗୁଡ଼ିକ ସେବା ଯୋଗାଇବେ । ଏଥିପାଇଁ ପ୍ରଥମ ଦଫାରେ ରାସ୍ତା ସୁରକ୍ଷା ପାଣ୍ଠିରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ୪ କୋଟି ଟଙ୍କା ପ୍ରଦାନ କରାଯିବ । ଆହତ ବ୍ୟକ୍ତି ଘରୋଇ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ତାଙ୍କୁ ଚିକିତ୍ସା ସେବା ଯୋଗାଇ ଏ ସଂକ୍ରାନ୍ତ ଚିକିତ୍ସା ଖର୍ଚ୍ଚ ଡିଏମଇଟିଙ୍କୁ ପ୍ରଦାନ କରିବେ । ଡିଏମ୍‌ଇଟି ଏ ବାବଦ ଦେୟ ସଂପୃକ୍ତ ହସ୍‌ପିଟାଲକୁ ପ୍ରଦାନ କରିବେ ।

ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କୁ ଅଯଥାରେ ହଇରାଣ ନକରିବାକୁ ଆଜି ପରିବହନ ସଚିବ ଜି. ଶ୍ରୀନିବାସ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗାଡ଼ି ଚାଳକଙ୍କୁ ଇଆଡୁ ସିଆଡୁ ବ୍ୟବହାର ନକରି ଆଇନ ନେଇ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି । ଦଲାଲମାନେ ଏବେ ଲାଇସେନ୍‌ସ କରାଇଦେବାକୁ କହି ଶୋଷଣ କରିବା ଆରମ୍ଭ କରିଥିବାରୁ ଏଥିପ୍ରତି ସଜାଗ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଆଇନକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବା ସହ କାଗଜପତ୍ର ନଥିଲେ ତୁରନ୍ତ ପ୍ରସ୍ତୁତ କରିବାକୁ ପରିବହନ ସଚିବ ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ସୋମବାର ମହାପ୍ରଭୁଙ୍କ ସୁନାବେଶ