PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ପରିବହନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ହେବ ବାତିଲ: ଜାଣନ୍ତୁ କାହିଁକି

ଭୁବନେଶ୍ବର ୧୦।୯: ପରିବହନ ବିଭାଗର ଛୁଟି ବାତିଲ ହେବ । ଟ୍ରାଫିକ୍ କଟକଣା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ ପାଇଛି । ପରିବହନ ବିଭାଗ ଓ ଆର୍‌ଟିଓ ଅଫିସର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହେବ ।

ଜନତାଙ୍କ ପାଇଁ ଛୁଟିରେ ବି କାମ କରିବେ ପରିବହନ ବିଭାଗ ଅଧିକାରୀ ଓ କର୍ମଚାରୀ । ଏ ନେଇ ପରିବହନ ବିଭାଗ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବେ । ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବତନ୍ତ୍ର କ୍ୟାମ୍ପ୍ ହେବ । ସ୍ବତନ୍ତ୍ର କ୍ୟାମ୍ପରେ ଡିଏଲ୍‌ ଓ ଗାଡି ଡକ୍ୟୁମେଣ୍ଟସ୍ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ସେପ୍ଟେମ୍ବରରୁ ଲାଗୁ ହୋଇଛି ନୂତନ ଟ୍ରାଫିକ୍ ନିୟମ । ନିୟମ ଉଲ୍ଲଂଘନକାରୀଙ୍କଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମନା । ଫଳରେ ଲୋକେ ଭୟରେ ଘରୁ ଗାଡି ମଧ୍ୟ ବାହାର କରୁନାହାନ୍ତି । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏମଭି ଆଇନକୁ ୩ ମାସ କେ।ହଳ କରିଛନ୍ତି ରାଜ୍ୟ ସରକାର । ତଥାପି ଆଜି ବି ଆରଟିଓ ଅଫିସରେ ଗାଡି ଚାଳକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବାଣୀବିହାରଠାରୁ ଆଚାର୍ଯ୍ୟବିହାର ଯାଏଁ ଗାଡି ଲାଇନ୍ ଲାଗିଛି । ଆରଟିଓ ୧ରେ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ଫିଟିନେସ୍ ପାଇଁ ଭିଡ ଜମାଇଛନ୍ତି ଗାଡି ଚାଳକ ।

ଗତ ୧୦ଦିନ ମଧ୍ୟରେ ଆରଟିଓ ୧ରେ ୮ ହଜାର ୩ଶହ ୬୬ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିବା ବେଳେ ୨ ହଜାର ୧୪୪ ଡିଏଲ ଆବେଦନ କରାଯାଇଛି । ଗତ ୧ ବର୍ଷ ମଧ୍ୟରେ ଏହି ସଂଖ୍ୟା ମାତ୍ର ୫୦ ହଜାର ୪୨୭ ରହିଛି ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର