ପ୍ରମୁଖ ଖବର
  • ବିଜେପି ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ହେଭିଓ୍ବେଟ୍, ଆସନ୍ତା ୮ରେ ରାଜନାଥ ସିଂ, ୯ରେ ନୀତିନ ଗଡ଼କାରୀ, ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା
  • ||
  • ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

ୟୁପିରେ ୨ୟ ପର୍ଯ୍ୟାୟ ଭୋଟିଂରେ ଖୁବ୍‌ ହ୍ରାସ , ପ୍ରଥମ ଫେଜ୍‌ ଠାରୁ ୫ ପ୍ରତିଶତ କମ୍‌ ମତଦାନ ...

ଲକ୍ଷ୍ନୌ – ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ମତଦାନରେ ଖୁବ୍‌ ହ୍ରାସ ଘଟିଛି। ପ୍ରଥମ ଫେଜ୍‌ ଠାରୁ ମଧ୍ୟ ଖୁବ୍‌ କମ୍‌ ଭୋଟିଂ ହୋଇଛି। କିଛି ଆସନରେ ତ ୫୦ ପ୍ରତିଶତର ସଂଖ୍ୟା ୫ଟା ସୁଦ୍ଧା ଅତିକ୍ରମ ହୋଇ ପାରି ନଥିଲା। ପ୍ରଥମ ପର୍ଯ୍ୟାୟରେ ଯେଉଁଠି ୫୭ ପ୍ରତିଶତରୁ ଅଧିକ ଭୋଟିଂ ହୋଇଥିଲା , ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରତିଶତ ମତଦାନ ମଧ୍ୟ ହୋଇ ପାରି ନାହିଁ। 

ଏହି କମ୍‌ ଭୋଟିଂ ପ୍ରତି ଦଳର ଚିନ୍ତା ବଢାଇ ଦେଇଛି। ପ୍ରଧାନମନ୍ତ୍ରୀ ମୋଦି, ସିଏମ୍ ଯୋଗୀ, ସପା ପ୍ରମୁଖ ଅଖିଳେଶ ଯାଦବ, ବସପା ( ବହୁଜନ ସମାଜ ପାର୍ଟି) ପ୍ରମୁଖ ମାୟାବତୀ ଲୋକଙ୍କୁ ଅଧିକରୁ ଅଧିକ ମତଦାନ ପାଇଁ ଅପିଲ କରିଥିଲେ। କିନ୍ତୁ କାହା ଅପିଲର କୌଣସି ପ୍ରଭାବ ନଜର ଆସିନାହିଁ। 

ନିର୍ବାଚନ ଆୟୋଗ ଏହି କଥାରେ ସନ୍ତୁଷ୍ଟ କି ପ୍ରଥମ ପର୍ଯ୍ୟାୟର ମୁକାବିଲାରେ ,୨ୟ ପର୍ଯ୍ୟାୟରେ ଇଭିଏମ୍‌ ଗଡବଡର ଅଭିଯୋଗ କମ୍‌ ଆସିଛି, କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ମତଦାନ ବଢି ପାରିନାହିଁ , ଏହା ବି ଚିନ୍ତାର କାରଣ ସାଜିଛି। କମ୍ ମତଦାନକୁ ଗୋଟେପଟେ ଅସହ୍ୟ ତାତି ସହ ଯୋଡ଼ା ଯାଉଥିବା ବେଳେ ଅନ୍ୟପଟେ ଆଉ କିଛି କାରଣ ଥିବା କୁହାଯାଉଛି। କିଛି ଅଞ୍ଚଳରେ ଭିନ୍ନ ଭିନ୍ନ ସମସ୍ୟା କାରଣରୁ ମତଦାନକୁ ବହିଷ୍କାର କରିଥିବା ଖବର ଆସିଛି। 

ନିର୍ବାଚନ ଆୟୋଗ ଅନୁସାରେ, ୫ଟି ସୁଦ୍ଧା ୟୁପିର ୮ଟି ଲୋକସଭା ସିଟ୍‌ରେ ୫୨.୬୪ ପ୍ରତିଶତ ଭୋଟିଂ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫ଟା ସୁଦ୍ଧା ୫୭ ପ୍ରତିଶତ ରୁ ଅଧିକ ଭୋଟିଂ ହୋଇଥିଲା। ସବୁଠୁ କମ୍‌ ଭୋଟିଂ ମଥୁରାରେ ହୋଇଛି। ଏଠାରେ ସନ୍ଧ୍ୟା ୫ଟା ଯାଏ କେବଳ ୪୬.୯୬ ପ୍ରତିଶତ ଲୋକେ ଭୋଟ ଦେଇ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.