ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ, ହେଲପର ଆହତ

ଟାଙ୍ଗୀ, ୨୧/୦୮: ଜାତୀୟ ରାଜପଥ ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧ ନୟାଗଡ ଛକ ନିକଟରେ ଏକ ମାଲ ବାଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଫଳରେ ଟ୍ରକ ତଳେ ଚାପି ହାଇ ଘଟଣାସ୍ଥଳରେ ଟ୍ରକ୍‌ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ହେଲପର ଗୁରୁତର ଆହତ ହାଇଛନ୍ତି । ଖବର ପାଇ ଦୁର୍ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମୃତକ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ରାଜେଶ ମଲିକ (୩୨) ଓ ଗୁରୁତର ହୋଇଥିବା ହେଲପର ସେକ ବାସୁରଦିନ ବାଲି ପରିଚୟ ପତ୍ରରୁ ଜଣାପଡିଛି ।

ଉକ୍ତ ଟ୍ରକଟି କୋଲକାତାରୁ ଚେନ୍ନାଇ ଅଭିମୁଖେ ଯାଉଥିବାବେଳେ ରାସ୍ତାର ୩୦ ଫୁଟ ତଳକୁ ଓଲଟି ପଡ଼ିଥିଲା । ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହାଇଥିଲା । ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ୍‌ ପହଞ୍ଚି ଶବ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ