PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖିବୁଜିଲେ ମାମୁଁ-ଭଣଜା

ପଟ୍ଟାଙ୍ଗି ୦୩/୦୮: ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦା ନିକଟ ଦଣ୍ଡରଖନ୍ଦା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କରେ ମାମୁ-ଭଣଜା । ସେମାନେ ହେଲେ ମାଡାବାଲସା ଗାଁର ଲାଚ୍ଛାନା ଗେମେଲ(୨୫) ଓ ମୁଙ୍ଗାରଗୁମି ଗାଁର ଗୁଣ୍ଡାନା ଶୁଙ୍କୁରୁ । ଏହି ସୂଚନା ଦେଇଛନ୍ତି ପଟ୍ଟାଙ୍ଗି ଥାନା ଆଇଆଇସି କୈବଲ୍ୟ ସେଠ୍‌ ।

ପୁଲିସ୍‌ ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନରେ ରାଲାଗାଡ଼ା ପଞ୍ଚାୟତ ମଡାବାଲାସା ଗାଁର ଲାଚ୍ଛାନା ଗେମେଲ, ତାଙ୍କ ବାପା ମଲାନା ଗେମେଲ ଓ ମାମୁ ଶୁଙ୍କୁରୁ ମିଶି ଦୁଇଟି ବାଇକ୍‌ରେ ସେମିଳିଗୁଡ଼ାକୁ ଯାଇଥିଲେ । ନୂଆ ବାଇକ୍‌ର କିସ୍ତି ଟଙ୍କା ବାନ୍ଧିବା ପରେ ଦୁଇଟି ବାଇକ୍‌ରେ ସେମାନେ ଘରକୁ ଫେରୁଥିଲେ। ଅପରାହ୍ଣ ଗୋଟାଏ ୪୦ ମିନିଟ୍‌ରେ ୨୬ ନମ୍ବର ଜାତୀୟ ରାଜପଥର ଦଣ୍ଡରାଖନ୍ଦା ଘାଟିରେ ବିଶାଖାପାଟଣାରୁ ଜୟପୁର ଅଭିମୁଖେ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌(ଏପି-୩୫ୱାଇ-୭୩୩୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଲାଛାନାଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁଙ୍କୁରୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ଶୁଙ୍କୁରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଥାନା ଆଇଆଇସି ଶ୍ରୀ ସେଠଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ଟ୍ରକ୍‌କୁ ଜବତ କରିଛି । ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ମେଡିକାଲ୍‌କୁ ପଠାଯାଇଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା ଥାନା ଆଇଆଇସି ଶ୍ରୀ ସେଠ କହିଛନ୍ତି ।