ଟ୍ରକ୍ ପଛରେ ପିଟି ହେଲା ବାଇକ୍ , ୨ ଗୁରୁତର

ତେଲକୋଇ : ତେଲକୋଇ ଥାନା ଖୁଣ୍ଟାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା । ଟ୍ରକ୍ ପଛରେ ଏକ ବାଇକ୍ ପିଟି ହେବାରୁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଆହତ ଦୁଇ ବ୍ୟକ୍ତି ହେଲେ ସ୍ଥାନୀୟ କାଳିମା ଗ୍ରାମର ପ୍ରଦୀପ ପାତ୍ର (୨୫) ଓ ଶମ୍ଭୁନାଥ କାରୁଆ (୨୬) । ତେବେ ଘଟଣା ଅନୁଯାୟୀ ପ୍ରଦୀପ ଓ ଶମ୍ଭୁନାଥ ଓ ଆର ୦୯ ଏଲ୍ ୨୯୬୭ ନମ୍ବର ଥିବା ବାଇକ୍ରେ ତେଲକୋଇରୁ କାଳିମା ଗ୍ରାମକୁ ଯାଉଥିଲେ । ଖୁଣ୍ଟାପଦା ପଞ୍ଚାୟତ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ତାଙ୍କ ବାଇକ୍ ଧକ୍କା ହୋଇଥିଲା।
ଘଟଣା ସ୍ଥଳରେ ଉଭୟ ଗୁରୁତର ଅବସ୍ଥାରେ ପଡ଼ି ରହି ଥିଲେ । ସ୍ଥାନୀୟ ଲୋକେ ତେଲକୋଇ ଅଗ୍ନିଶମ ବିଭାଗକୁ ଖବର ଦେଇ ଉଦ୍ଧାର କରିଥିଲେ। ଉଭୟ ତେଲକୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ରହିଛି । ତେଲକୋଇ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।