ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କାର ନୋଟ୍ ନେଇ ଯାଉଥିବା ଟ୍ରକରେ ଲାଗିଲା ନିଆଁ

ଶ୍ରୀନଗର,୨୨।୪: ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ କୋଟି କୋଟି ଟଙ୍କାର ନୋଟ୍ ନେଇ ଯାଉଥିବା ଏକ ଟ୍ରକରେ ନିଆଁ ଳାଗିଯାଇଛି। ଯାହାଫଳରେ ନିଆଁରେ ସମୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇଯାଇଛି ଏହି କୋଟି କୋଟି ଟଙ୍କାର ନୋଟ୍। ଲୋକସଭା ନିର୍ବାଚନ ଭିତରେ ଏଭଳି ଘଟଣା ପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ଏହି ସବୁ ନିର୍ବାଚନ ପ୍ରଚାରରେ ଯାଉଥିଲା ନା ଆଉ କୌଣସି କାର୍ଯ୍ୟ ପାଇଁ, ସେ ସମ୍ପର୍କରେ ଜାଣିବାକୁ ଏବେ ଚେଷ୍ଟା ଚାଲିଛି।

ଏହି ଘଟଣା ଅନନ୍ତନାଗ ଜିଲ୍ଳାର କାଞ୍ଜିଗୁଡା ଅଞ୍ଚଳର ବୋଲି କୁହାଯାଉଛି। ଟ୍ରକରେ ନିଆଁ ସୋମବାର ବିଳମ୍ବିତ ରାତିରେ ଲାଗିଥିଲା। କୁହାଯାଉଛି ଯେ ଟ୍ରକ ଜମ୍ମୁରୁ ଅଭିମୁଖେ ଶ୍ରୀନଗର ଯାଉଥିଲା। ଘଟଣାସ୍ଥଳରୁ କିଛି ଅଧା ପୋଡି ଯାଇଥିବା ନୋଟ୍ ଉଦ୍ଧାର କରାଯାଇଥିଲା। ନୋଟ୍ ଗୁଡିକ ସବୁ ୫୦୦ ଟଙ୍କିଆର ବୋଲି କୁହାଯାଉଛି। ଏବେ ଜମ୍ମୁ ଓ କଶ୍ମୀର ପୋଲିସ ଏହି ମାମଲାର ତଦନ୍ତ କରୁଛି।

ଲୋକସଭା ନିର୍ବାଚନ ଭିତରେ ଆସିଥିବା ଏହି ଘଟଣାରେ ନିର୍ବାଚନ କମିଶନ୍ ସାରାଦେଶରେ ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ପାଇଁ ଟଙ୍କା, ମଦ ଏବଂ ଅନ୍ୟ ଜିନିଷ ଦିଆଯାଉଥିବା ଅଭିଯୋଗ ଉପରେ କଡା ନଜର ରଖିଛନ୍ତି। ଦେଶର ବହୁ ଅଂଶରେ ଏଭଳି ଅଭିଯୋଗ ଦେଖିବାକୁ ମିଳିଚି, ଯାହା ଉପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯାି ବହୁ ପରିମାଣରେ ନଗଦ ନୋଟ୍ ଜବତ୍ କରାଯାଇଛି। ସାରା ଦେଶରେ ଏପର୍ଯ୍ୟନ୍ତ ୬୦୦ କୋଟି ଟଙ୍କାର ନଗଦ ନୋଟ୍ ଏବଂ ଉପହାର ଆଦି ଜବତ ହୋଇସାରିଛି।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…