PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ହେଲମେଟ୍ ପିନ୍ଧିନଥିବାରୁ ଫାଇନ୍ ଦେଲେ ଟ୍ରକ୍ ଚାଳକ

ଭୁବନେଶ୍ୱର ୫/୯: ଏଣିକି ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଗାଡି କାଗଜ ପତ୍ର, ଲାଇସେନ୍ସ, ଇନସୁରାନ୍ସ ଆଦି ଚେକିଂରେ ଲୋକେ ନାକେଦମ ହେଲେଣି । ନୂଆ ମୋଟର ଯାନ ଆଇନ ଆଳରେ ଟ୍ରାଫିକ ପୋଲିସ ଓ ଏମଭିଆଇ ଏଭଳି ଆତଙ୍କ ରାଜ ଚଳାଇଛନ୍ତି ଯେ ତାକୁ ନେଇ ସାଧାରଣ ଜନତା ନାକେଦମ୍ ହେଲେଣି । ତେବେ ଆହୁରି ଏକ ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି । ହେଲମେଟ୍ ନଥିବାରୁ ଫାଇନ୍ ଦେଇଛନ୍ତି ଚାଲକ । ବାଇକ୍ ଚାଳକ ନୁହେଁ, ଟ୍ରକ୍ ଚାଳକ ।  ଟ୍ରକ ଚାଳକଙ୍କ ଠାରୁ ବି ଏମଭିଆଇ ହେଲମେଟ ପିନ୍ଧିନଥିବା ଦଫା ଲଗାଇ ଫାଇନ୍ କାଟିଛନ୍ତି ।

ରାସ୍ତାକୁ ଓହ୍ଲାଇବା ପୂର୍ବରୁ ଅନେକ ଚିନ୍ତା କରୁଛନ୍ତି ଗାଡି ଚାଳକ । ଯଦି ଧରାପଡିବେ ଗାଡି ଦାମଠୁ ବି ଅଧିକ ଦେବାକୁ ପଡିବ ଜୋରିମାନା । ଅନେକଙ୍କର ମାସକର ଦରମା ମଧ୍ଯ ଚାଲିଯାଇଛି । ଲାଗୁଛି ସତେ ଯେମିତି ନୂଆ ମୋଟର ଯାନ ଆଇନ ନାଁରେ ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା ବାହାର କରାଯାଇଛି । ମନଇଛା ଲୁଟ୍ ଯୋଜନାରେ ଅଛନ୍ତି ଏମଭିଆଇ କର୍ମଚାରୀ । ଆଜି ଖୋର୍ଦ୍ଧା ନିକଟରେ ପଶ୍ମିମବଙ୍ଗର ଏକ ଟମାଟୋ ବୋଝେଇ ଟ୍ରକକୁ ଅଟକାଇ ୩୫ ହଜାର ୫୦୦ ଟଙ୍କାର ଫାଇନ୍ କଟାଯାଇଛି । ଏହି ୧୦ ଚକିଆ ଟ୍ରକ ଚାଳକଙ୍କ ଉପରେ ଯେଉଁ ୯ଟି ଫାଇନ୍ ପଡିଛି ସେଥିରେ ୮ ନମ୍ବର ଫାଇନ ପଡିଛି ଡ୍ରାଇଭର ହେଲମେଣ୍ଟ ପିନ୍ଧି ନଥିଲେ । ଏହି ଘଟଣା ଶୁଣିବା ପରେ ଅନେକଙ୍କ ମନରେ ଛନକା ପଶିଗଲାଣି ।

ଟ୍ରାଫିକ ଦାୟିତ୍ବରେ ଥିବା କର୍ମଚାରୀ ଯେଉଁ ଗାଡିକୁ ଅଟକାଉଛନ୍ତି ସେଗାଡିରୁ ନିଶ୍ଚିତ ଭାବେ ଫାଇନ ଆଦାୟ କରୁଛନ୍ତି। କିଛି ନା କିଛି କମି ବାହାର କରି ଗାଡି ଚାଳକଙ୍କ ଠାରୁ ମୋଟା ଅଙ୍କର ତଣ୍ଡ ନଝାଡିବା ପର୍ଯ୍ୟନ୍ତ ତାଙ୍କୁ ଛାଡୁ ନାହାଁନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି । ତେବେ ଏଥିରୁ ଗାଡି ଚାଳକ କେତେ ସଚେତନ ହେଉଛନ୍ତି ଦେଖିବା ବାକି ରହିଲା ।

ସମ୍ବନ୍ଧିତ ଖବର