PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ବ୍ରେକ୍‌ଡାଉନ୍‌ ଟ୍ରଲର୍‌ ପଛରେ ପିଟି ହେଲା ଟ୍ରକ୍‌: ଘଟଣାସ୍ଥଳରେ ଆଖିବୁଜିଲା ଡ୍ରାଇଭର, ଅଳ୍ପକେ ବର୍ତ୍ତିଗଲା ହେଲ୍ପର୍

ରେଙ୍ଗାଲି, ୦୧/୦୬: ରେଙ୍ଗାଲି ବ୍ଲକ ଠେଲକୁଲି ଥାନା ହୋଟେଲ ହାଇୱେ ସମ୍ମୁଖରେ ବ୍ରେକ୍‌ଡାଉନ୍‌ ଥିବା ଏକ ଟ୍ରଲର୍‌ ପଛରେ ଟ୍ରକ୍‌ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର୍‌ ଡେଇଁ ପଡ଼ିବାରୁ ବର୍ତ୍ତି ଯାଇଛନ୍ତି । ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଚାପି ହୋଇ ରହିଥିବା ଅବସ୍ଥାରେ ମୃତ ଡ୍ରାଇଭର୍‌ଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନା ମତେ ଗତକାଲି ବିଳମ୍ୱିତ ରାତିରେ ଏନ୍‌ଏଲ୍‌୦୧ଏଏ-୩୬୩୭ ବ୍ରେକ୍‌ଡାଉନ୍‌ ଥିବା ଟ୍ରଲର୍‌କୁ ଏମ୍‌ଏଚ୍‌୨୬ବିଇ-୭୮୧୬ ଟ୍ରକ ପଛପଟୁ ଧକ୍କା ଦେଇଥିଲା ।ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର୍‌ ଅଳ୍ପକେ ବର୍ତ୍ତିଯାଇଥିଲେ। ଡ୍ରାଇଭର୍‌ଙ୍କୁ ମୃତଦେହକୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି।