ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା ଭ୍ୟାନ, ୨ ଶିଶୁଙ୍କ ସମେତ ୭ ଜୀବନ୍ତ ଦଗ୍ଧ

ଉନ୍ନାଓ, ୧୬|୦୨: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଏକ ଭୟାନକ ସଡକ ଦୁର୍ଘଟଣା ଘଟିଛି। ହରଦୋଇ ରାସ୍ତାର ନାସିରାପୁର ଗ୍ରାମ ନିକଟରେ ଏକ ଟ୍ରକ ଓ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଭ୍ୟାନଟି ଜଳିଯାଇଛି।

ଭ୍ୟାନରେ ଡ୍ରାଇଭର ସମେତ ଦୁଇଜଣ ଶିଶୁ, ୨ଜଣ ଯୁବକ ଓ ୨ ମହିଳାଙ୍କୁ ମିଶାଇ ମୋଟ ୭ଜଣ ଥିଲେ। ଦୁର୍ଘଟଣା ପରେ ହଠାତ ଭ୍ୟାନରେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ଆଉ ବାହାରକୁ ଆସି ପାରିନଥିଲେ। ଏପରିକି ସେମାନେ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି। ଦମକଳ ବାହିନୀ ୪୦ ମିନିଟ ପରେ ପହଁଡି ନିଆଁକୁ ଆୟତ କରିଥିଲା। ଏହାପରେ କ୍ରେନ ସାହାଯ୍ୟରେ ଭ୍ୟାନ ଓ ଟ୍ରକକୁ ପୃଥକ କରାଯାଇଥିଲେ ସୁଦ୍ଧା ସେତେବେଳକୁ ସବୁ ସରିଯାଇଥିଲା।

ଗ୍ରାମବାସୀଙ୍କ କହିବାନୁସାରେ, ଦୁର୍ଘଟଣା ପରେ ଭ୍ୟାନରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଫଳରେ କେହି ମଧ୍ୟ ଉଦ୍ଧାର କରିବା ପାଇଁ ସାହାସ କରିପାରି ନଥିଲେ। ନିଆଁ ସଂସ୍ପର୍ଶରେ ଆସି ୭ଜଣ ଜୀଅନ୍ତା ଜଳିଯାଇଛନ୍ତି। ତେବେ ଦୁର୍ଘଟଣା ପରେ ଟ୍ରକ ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.