ଚୀନକୁ ଆଉ ଏକ ଝଟକା ଦେଲେ ଟ୍ରମ୍ପ ! ଅନେକ ସଂସ୍ଥାକୁ କଲେ ବ୍ୟାନ୍‌

ୱାଂଶିଟନ୍‌ ୨୩ -୦୫ : ଚୀନର ୱୁହାନ ସହରରୁ କରୋନା ଭାଇରାସ ସାରା ବିଶ୍ୱକୁ ବ୍ୟାପିବା ପରେ ଚୀନକୁ ସବୁ ରାଷ୍ଟ୍ର ଭିନ୍ନ ନଜରରେ ଦେଖିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ ଉପରେ ପୁରା ଖପା ହୋଇ ଉଠିଛନ୍ତି। ଆଉ ଅନେକ ସମୟରେ ଚୀନ୍‌କୁ ନେଇ ବିସ୍ଫୋରକ୍‌ ବୟାନ ଦେଉଛନ୍ତି ।  ଏବେ ଟ୍ରମ୍ପ  ପ୍ରଶାସନ ଚୀନ୍‌କୁ ଏକ ଝଟକା ଦେଇଛନ୍ତି । ଚୀନ୍‌ର ଦୁଇଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିରୁ ଗୋଟିଏ ସଂସ୍ଥା ସୈନ୍ୟ ପ୍ରାଦ୍ୟୋଗିକକୁ ଆଗକୁ ବଢ଼ାଉଥିଲା । ଆଉ ଦ୍ୱିତୀୟ ସଂସ୍ଥାଟି  ବେଜିଂରେ ଚୀନ୍‌ର ମୁସଲିମ୍‌ଙ୍କ ଉପରେ ହୋଇଥିବା ଆକ୍ରମଣର ସମର୍ଥନ କରୁଥିଲା । ଏହି ସଂସ୍ଥାକୁ ଏବେ ଆମେରିକା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି ।

ବାଣିଜ୍ୟ ବିଭାଗ ଶୁକ୍ରବାର  ପଶ୍ଚିମ ଚୀନ୍‌ ରେ  ଝିଙ୍ଗିୟାଙ୍ଗ  ଉଇଗୁର ସ୍ୱାୟତ୍ତ କ୍ଷେତ୍ରରେ  ମାନବ ଅଧିକାରର ଉଲଙ୍ଘନକୁ ନେଇ ୯ଟି ସଂସ୍ଥାଗୁଡ଼ିକୁ ଦୋଷାରୋପ କରିଥିଲେ । ଏହି ସୂଚିରେ ସାତୋଟି  କମ୍ପାନୀକୁ ସାମିଲ କରାଯାଇଛି, ଯାହା  ଏହି ଅଞ୍ଚଳରେ ଉଚ୍ଚ ଟେକ୍ନୋଲୋଜିର  ସର୍ଭିଲେନ୍ସରେ ବେଜିଂର ସହୟତା କରିଥାନ୍ତି ।

ଏହା ବ୍ୟତୀତ  ଆମେରିକା ବାଣିଜ୍ୟ ବିଭାଗ ଚୀନ୍‌, ହାଙ୍ଗକାଙ୍ଗ ଓ କେମେନ୍‌ ଆଇଲ୍ୟାଣ୍ଡରେ ଥିବା ୨୪ଟି ଚୀନର ବାଣିଜ୍ୟିକ ଓ ସରକାରୀ ସଂସ୍ଥାଗୁଡ଼ିକୁ  ଟାର୍ଗେଟ୍‌ କରିଛନ୍ତି । ଏହି ସବୁ ୩୩ଟି  ସଂସ୍ଥାଗୁଡ଼ିକୁ ବ୍ଲାକ୍‌ ଲିଷ୍ଟରେ ରଖାଯାଇଛି। କାହିଁକି ନା ଏହି ସବୁ  ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବହୁତ ବଡ଼ କ୍ଷତି କରିପାରନ୍ତି ବୋଲି କୁହାଯାଇଛି ଅଥବା ଏଗୁଡ଼ିକ ସଂସ୍ଥା ଆମେରିକାର ବିଦେଶ ନୀତିର ବିପରୀତ ଗତିବିଧିରେ ଲାଗି ରହିଛନ୍ତି ବୋଲି ମନେକରାଯାଇଛି।

କରୋନା ଭାଇରସ୍‌କୁ ନେଇ ଆମେରିକା ଓ ଚୀନ୍‌ର ସଂପର୍କରେ ଆସିଥିବା ଦ୍ୱନ୍ଦ୍ୱ ଭିତରେ  ଚୀନ୍‌ ମଧ୍ୟ  ଆମେରିକାକୁ ଟାର୍ଗେଟ କରିଛି ।  ଚୀନ୍‌-ପାକିସ୍ତାନ ଆର୍ଥିକ ଇକୋନୋମିକ୍‌ କରିଡର (CPEC) ମାମଲାରେ ଆମେରିକାର ଡିପ୍ଲୋମାଟ୍‌ ଏଲିସ୍‌ ୱେଲ୍‌ସଙ୍କ ବୟାନକୁ ନିନ୍ଦା କରି ଏହା ଖାମଖିଆଲ ନୀତି ବୋଲି କହିଛି ଏବଂ ଆମେରିକା , ଚୀନ୍‌ ଓ ପାକିସ୍ତାନ ସମ୍ବନ୍ଧକୁ ଖରାପ କରିବାକୁ ଅଯଥା ପ୍ରୟାସ କରୁଛି ବୋଲି କହିଛି ଚୀନ୍‌ ।

   ସମ୍ବନ୍ଧିତ ଖବର


ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ଲକଡାଉନ୍ ନାମରେ ୟୁପି ପୋଲିସର ଗୁଣ୍ଡାଗର୍ଦ୍ଦି, ରାସ୍ତାରେ ଯାହାକୁ ଦେଖିଲା ମନଇଚ୍ଛା ନିସ୍ତୁକ ପିଟିଲା

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

କେରଳ ଛୁଇଁଲା ମୌସୁମୀ: ବର୍ଷା ଆରମ୍ଭ,୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ