ବିଶ୍ୱସ୍ତ ବନ୍ଧୁ ଭାରତ: ଟ୍ରମ୍ପ

ହ୍ୟୁଷ୍ଟନ୍‌ ୨୩/୯: ଆମେରିକା ପାଇଁ ଭାରତ ଏକ ସଚ୍ଚା ବନ୍ଧୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୋର ଜଣେ ବିଶ୍ୱସ୍ତ ବନ୍ଧୁ । ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ମୋଦି ଏବଂ ମୁଁ ଉଭୟେ ମିଶି କାର୍ଯ୍ୟ କରୁଛୁ । ଆମର ଏହି ଉଦ୍ୟମ ଅବ୍ୟାହତ ରହିବ । ହ୍ୟୁଷ୍ଟନ୍‌ର ଏମ୍‌ଆର୍‌ଜି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହା କହିଛନ୍ତି ।

ଟ୍ରମ୍ପ୍‌ କହିଛନ୍ତି, ‘‘ଭାରତ ସବୁବେଳେ ଆମେରିକାର ସାଥ୍‌ ଦେଇଆସିଛି । ଉତ୍ତମ ବନ୍ଧୁ ଭାବେ ଏହା କଦାପି ହାତ ଛାଡ଼ିନି । ମୁଁ ମଧ୍ୟ ଦୃଢ଼ତାର ସହ କହିବି ଯେ ଆପଣଙ୍କ ପାଇଁ ଟ୍ରମ୍ପ୍‌ ଠାରୁ ଭଲ ବନ୍ଧୁ ମିଳିବେ ନାହିଁ । ଆପଣଙ୍କ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହା ଭଲ ଭାବେ ଜାଣନ୍ତି । ଦୁଇ ଦେଶର ସମ୍ବିଧାନ ୩ଟି ଶବ୍ଦରୁ ଆରମ୍ଭ ହୋଇଛି । ତାହା ହେଉଛି ‘ୱି ଦ ପିପୁଲ୍‌’ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ବିକାଶ କରୁଛି । ୩୦ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିଛନ୍ତି ମୋଦି ।’’

ଭାରତ ଓ ଆମେରିକା ଉଭୟ ପରସ୍ପର ମାଟିରେ ବିପୁଳ ପରିମାଣର ନିବେଶ କରୁଛନ୍ତି । ଆଗାମୀ ସପ୍ତାହରେ ମୁମ୍ବାଇରେ ହଜାର ହଜାର ଲୋକ ଏନ୍‌ବିଏ ବାସ୍କେଟ୍‌ ବଲ୍‌ ମ୍ୟାଚ୍‌ ଦେଖିବେ । ପ୍ରଧାନମନ୍ତ୍ରୀ ମୋଦି ମୋତେ ଆମନ୍ତ୍ରଣ କଲେ ମୁଁ ନିଶ୍ଚିତ ଆସିବି ।

ଅନ୍ୟପକ୍ଷରେ ଟ୍ରମ୍ପ୍‌ ତାଙ୍କ ଲମ୍ବା ସମ୍ଭାଷଣରେ ପାକିସ୍ତାନର ନାମ ନ ନେଇ ବଡ଼ ଚେତାବନୀ ଦେଇଛନ୍ତି । ଇସ୍‌ଲାମିକ୍‌ ଆତଙ୍କବାଦରୁ ନିର୍ଦ୍ଦୋଷ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ । ଦୁଇ ଦେଶ ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢ଼ିବେ । ଏମିତି କି ଦୁଇ ଦେଶ ନିଜ ସୀମା ସୁରକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ । ସୀମା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମେ ମିଳିତ ଭାବେ ପଦକ୍ଷେପ ନେବୁ । ନିଜ ଲୋକଙ୍କୁ ସୁରକ୍ଷିତ ରଖିବାକୁ ହେଲେ ସୀମା ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ଟ୍ରମ୍ପ୍‌ ନିଜ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଆଜି ମୁଁ ନିଜ ବିଶ୍ୱସ୍ତ ବନ୍ଧୁ ମୋଦିଙ୍କୁ ଭେଟି ବହୁତ ଖୁସି । ତାଙ୍କ ସହ ଆଜି ଉପସ୍ଥିତ ଥିବାରୁ ମୁଁ ନିଜକୁ ସୌଭାଗ୍ୟ ମନେକରୁଛି । କିଛି ମାସ ପୂର୍ବେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ବାଛିଥିଲା । ଦେଶ ପାଇଁ ସେ ଜଣେ ମହାନ୍‌ ନେତା । ମୋଦିଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଉଛି । ଏହି ଐତିହାସିକ କାର୍ଯ୍ୟକ୍ରମରେ ଏକ ଅଂଶ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର