PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ୩ ଆତଙ୍କବାଦୀ ଗିରଫ, ଚାଇନା ପିସ୍ତଲ ଏବଂ ଗୁଳି ଜବତ
  • ||
  • ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ
  • ||
  • ଭୁବନେଶ୍ୱର : ଆଜି ଉପକୂଳରେ ବଢ଼ିବ ତାତି, କାଲି ପୁଣି ବର୍ଷିବ
  • ||
  • ଗଜପତି : ପାରଳାଖେମୁଣ୍ଡି ଟାଉନ୍‌ ହଲ୍ ପରିସରରେ ଥିବା ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ଟି କାର୍‌
  • ||
  • କରଞ୍ଜିଆ : ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବରଯାତ୍ରୀ ଗାଡି, ୨ ମୃତ ୫ ଗୁରୁତର
  • ||

ଟ୍ରମ୍ପଙ୍କୁ ନିଜ ଆଦର୍ଶ ମାନୁଛି ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣକାରୀ

ଓ୍ବେଲିଙ୍ଗଟନ୍,୧୫।୩:ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସ୍ଥିତ ଅଲନୁର ମସଜିଦରେ ଗଣହତ୍ୟାର ଶିକାର ହୋଇଛନ୍ତି ୪୦ରୁ ଉର୍ଦ୍ଧ ବ୍ୟକ୍ତି। ଯେଉଁ ସମୟରେ ମସଜିଦ୍ ଭିତରେ ବେଶ୍ ଗହଳି ଲାଗି ରହିଥିଲା ସେତେବେଳେ ଜଣେ ବନ୍ଧୁକଧାରୀ  ଆଖିବୁଜା ଗୁଳି ଚାଳନା କରିବା ଆରମ୍ଭ କରିଦେଇଥିଲା। ଗଣମାଧ୍ୟର ରିପୋର୍ଟ ଅନୁସାରେ ଆକ୍ରମଣକାରୀ ଜଣକ ହେଉଛି ବ୍ରିଟେନର ମୂଳ ବାସିନ୍ଦା ୨୮ ବର୍ଷୀୟ ବ୍ରେଣ୍ଟନ ଟରେଣ୍ଟ। ଯିଏକି ଏବେ ଅଷ୍ଟେଲିଆରେ ରୁହେ। ବ୍ରେଣ୍ଟନ ଆକ୍ରମଣ କରିବା ପୂର୍ବରୁ ଏକ ଇସ୍ତାହାର ଜାରି କରିଥିଲା। ଯେଉଁଥିରେ ସେ ଆକ୍ରମଣ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଳେଖ କରିଛି। ଏହା ସହ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ନିଜର ଆଦର୍ଶ ବୋଲି ଏଥିରେ ଦର୍ଶାଇଛି। ସେ ଲେଖିଛି ଆତଙ୍କବାଦୀ ଆକ୍ରମଣରେ  ହଜାର ହଜାର ୟୁରୋପୀୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା, ଦେଶରେ ଶ୍ବେତବର୍ଣ୍ଣ ଲୋକଙ୍କ ପ୍ରାଧାନ୍ୟ ଜାରି ରଖିବା ଏବଂ ପ୍ରବାସୀଙ୍କୁ ଦେଶରୁ ବାହାର କରିବା ପାଇଁ ଏହି ଆକ୍ରମଣ କରିଛି।

source: https://canoe.com

ବ୍ରିଟେନର ପତ୍ରିକା ଅନୁସାରେ ଆକ୍ରମଣକାରୀ ୮୭ ପୃଷ୍ଠାର ନିଜର ଇସ୍ତାହାର ’ଦ ଗ୍ରେଟ ରିପ୍ଳେସମେଣ୍ଟ’ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ନୂତନ ଭାବରେ ଶ୍ବେତବର୍ଣ୍ଣ ଲୋକଙ୍କୁ ପରିଚୟ ଓ ମିଳିତ ଉଦେଶ୍ୟର ପ୍ରତୀକ ବୋଲି କହିଛି। ଏହି ନରସଂହାର  କରିବା ପୂର୍ବରୁ ବ୍ରେଣ୍ଟନ ନିଜ ଇସ୍ତାହାରରେ ଆହୁରି ଉଲ୍ଳେଖ କରିଛି ଯେ, ‘ଶ୍ବେତବର୍ଣ୍ଣ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦେଖାଇବାକୁ ଚାହଁଛୁ ଯେ, ଆମ ଭୂମି କେବେ ବି ସେମାନଙ୍କ ଭୂମି ହୋଇପାରିବ ନାହିଁ। ଆମ ଘର ଆମ ନିଜର। ଯେଉଁ ପର୍ଯ୍ୟନ୍ତ ଜଣେ ଶ୍ବେତବର୍ଣ୍ଣ ଲୋକ ବଞ୍ଚିଛି ସେ ପର୍ଯ୍ୟନ୍ତ ସେମାନେ କେବେ ବି ଜିତିପାରିବେ ନାହିଁ। ଏହାକୁ ଆତଙ୍କବାଦୀ ଆକ୍ରମଣ କହିହେବ, କିନ୍ତୁ ଆମ ଦେଶକୁ କବଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏହା ଏକ କାର୍ଯ୍ୟାନୁ​ଷ୍ଠାନ ବୋଲି ମୁଁ ମାନୁଛି।’  

source: https://canoe.com

ବ୍ରେଣ୍ଟନର ମତରେ କାଲି ଯଦି ଅଣ-ୟୁରୋପୀୟ ପ୍ରବାସୀଙ୍କୁ ଶ୍ବେତଭୂମିରୁ ବାହାର କରିଦିଆଯାଏ ତଥାପି ମଧ୍ୟ ୟୁରୋପୀୟ ଲୋକଙ୍କ ନାଶ ହେବା ସୁନିଶ୍ଚିତ। ୟୁରୋପୀୟ ଲୋକଙ୍କ ସଂଖ୍ୟା ପ୍ରତିଦିନ କମ୍ ହେବା ସହ ବୁଢା ଓ ଦୁର୍ବଳ ହେବାରେ ଲାଗିଛି। ତେଣୁ ଜନ୍ମହାରକୁ ବୃଦ୍ଧି କରିବାକୁ ହେବ ନହେଲେ  ୟୁରୋପୀୟ ସମୂଳେ ନାଶ ହୋଇଯିବେ। ୟୁରୋପୀୟଙ୍କ ତୁଳନାରେ ଅଣ-ୟୁରୋପୀୟଙ୍କ ଜନ୍ମହାର ଅଧିକ। ସେମାନେ ଦିନେ ନା ଦିନେ ଶ୍ବେତ ବର୍ଣ୍ଣ ଲୋକଙ୍କ ଠାରୁ ଜମି ଛଡାଇ ନେବେ। ଏହା ସେ ନାଟୋ ଦେଶର ସେନାରେ ତୁର୍କୀକୁ ସାମିଲ କରାଯିବା ନେଇ ମଧ୍ୟ ଆପତ୍ତି ପ୍ରକାଶ କରିଛି। କାରଣ ତୁର୍କୀ ହେଉଛି ୟୁରୋପର ଶତ୍ରୁ ଦେଶ।

ସମ୍ବନ୍ଧିତ ଖବର