‘ଟ୍ରମ୍ପ ପେଚ୍ଚାଭଳି ଚାଲାକ’, କହୁକହୁ କହିଦେଲେ ପ୍ରଂଶସକ…

ଓ୍ବାଶିଂଟନ: ବିଶ୍ବର ଏକ ପ୍ରମୂଖ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନାଁ ସର୍ବପ୍ରଥମେ ଆସିଥାଏ । ବିଶ୍ବର ବୃହତ ଅର୍ଥନୀତି ଓ ଏହାର ରାଷ୍ଟ୍ରପତିଙ୍କ ଉପରେ ସବୁ ଦେଶର ନଜର ରହିଥାଏ । ବିଭିନ୍ନ ସମୟରେ ଏହାର ରାଷ୍ଟ୍ରପତିଙ୍କ କାର୍ଯ୍ୟକାରିତାକୁ ବିରୋଧି ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କ୍ଷମତାରେ ବସିବା ପରଠାରୁ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିଥିବା ମଧ୍ୟ ଗଣମାଧ୍ୟମରରେ ଚର୍ଚ୍ଚା ହୋଇଛି । ତେବେ ବର୍ତ୍ତମାନ ସମୟରେ ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡିଆରେ ପୁଣି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ଜଣେ ରାଜନୈତିକ ସମୀକ୍ଷକ ଟ୍ରମ୍ପଙ୍କୁ ପେଚ୍ଚା ଭଳି ଚାଲାକ୍ କହିଛନ୍ତି ।

ସୂଚନା ମୁତାବକ ଆମେରିକାର ବିଶିଷ୍ଠ ରାଜନୈତିକ ସମୀକ୍ଷକ ତଥା ଟ୍ରମ୍ପଙ୍କ ସମର୍ଥକ ଟମି ଲହରାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରିବାକୁ ଯାଇ ଅଡୁଆରେ ପଡିଯାଇଛନ୍ତି । ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆସୁଥିବାରୁ ଟ୍ରମ୍ପଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ଏହି ନେତା  ।

ଟ୍ରମ୍ପ ଜଣେ ଦକ୍ଷ ଓ ନିର୍ବିବାଦୀୟ ରାଜନେତା ବୋଲି ଟମି କହିଛନ୍ତି । ଆଉ ଏହାରି ଭିତରେ ସେ କହିଛନ୍ତି ଯେ ‘ଟ୍ରମ୍ପ ପେଚ୍ଚା ଭଳି ଚାଲାକ’ । ଯାହା ସୋସିଆଲ ମିଡିଆରେ ବେସ୍ କିଛି ସମୟ ପାଇଁ ଭାଇରାଲ ହେବାରେ ଲାଗିଥିଲା । ଅବଶ୍ୟ ପରେ ଏହାର ଅର୍ଥ ବୁଝିନପାରି ଏପରି କହିଦେଇଥିବା ସେ କହିଛନ୍ତି । କିଛି ସମୟ ପରେ ନିଜ ଟ୍ବିଟର ଆକାଉଣ୍ଟରୁ ଏହି ଭିଡିଓଟି ସେ ଡିଲିଟ କରିଦେଇଛନ୍ତି ।