ଭାରତ ବହୁତ ମହାନ୍‌ – ଟ୍ରମ୍ପ ,ଅନେକ ଭାରତୀୟ ଆମେରିକୀୟ କରୁଛନ୍ତି କୋଭିଡ୍‌-୧୯ ଟୀକାର ବିକାଶ

ନ୍ୟୁୟର୍କ – ଭାରତକୁ ପ୍ରଶଂସା କରିଛନ୍ତି ଆମେରିକାର ରାଷ୍ଟ୍ରପିତ ଡୋନାଲ୍ଡ ଟ୍ରମ୍ପ । ଭାରତ ଏକ ବହୁତ ମହାନ ଦେଶ । କରୋନା ମହାମାରୀ ସମୟରେ ଅନେକ ଭାରତୀୟ ଆମେରିକୀୟ ବା ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବ କୋରନା ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆମେ ଏହି ମହାମାରୀ ବେଳେ ଭାରତ ସହ ମିଶିକରି କାମକରୁଛୁ ବୋଲି କହିଛନ୍ତି।

ହ୍ୱାଇଟ୍ ହାଉସ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବେଳେ ସେ ଏହି କଥା ପ୍ରକାଶ କରିଛନ୍ତି। ଆମେରିକାରେ କରୋନା ଯୋଗୁଁ ୮୬ ହଜାର ଲୋକଙ୍କର ଜୀବନ ଗଲାଣି । ଏବେ କରୋନା ଭାଇରସ୍‌ ସହ ଦେଶର ଅର୍ଥନୈତିକ ପ୍ରଗତି ସମ୍ପର୍କରେ ଦୃଷ୍ଟି ଦେବା ପାଇଁ ଆମେରିକାର ରାଷ୍ଟ୍ରପତି ପ୍ରକାଶ କରିଛନ୍ତି। ତେବେ କରୋନା ଟୀକା ଓ ଔଷଧର ବିକାଳ ନେଇ ସେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ ।

ଆମେରିକାର ସହ ବିଶ୍ୱର ଅନ୍ୟ କେତକ ଦେଶ ଏବେ କରୋନା ଟୀକା ବିକାଶ କରିବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି। ତେବେ ଏବେ କିଏ ଆଗ ଟୀକା ବିକାଶ କରିବ ସେ ନେଇ ଏକ ପ୍ରକାର ପ୍ରତିଦ୍ୱନ୍ଦୀତା ଚାଲିଛି । କରୋନା ଟୀକା ବିକାଶ କରାଗଲେ ସାରି ବିଶ୍ୱକୁ ଏହାର ଜ୍ଞାନ କୌଶଳ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି।

ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ ଏବେ ଟୀକା ବିକାଶରେ ଲାଗିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ପ୍ରଧାମନ୍ତ୍ରୀ ମୋଦୀ ତାଙ୍କର ଭଲ ବନ୍ଧୁ ବୋଲି ସେ କହିଛନ୍ତି । ଆମେରିକାରେ କରୋନା ଯୁଦ୍ଧରେ ଏମାନେ ବେଶ୍‌ ଭଲ ଭାବରେ ସହଯୋଗ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ତୀବ୍ର ଗତିରେ ଘୁର୍ଣ୍ଣିଝଡର ରୂପ ନେଉଛି ଅବପାତ : ସିଇସି

ଭାରତରେ ଏଣିକି ମହାକାଶ କ୍ଷେତ୍ରରେ ପ୍ରାଇଭେଟ୍‌ କଂପାନୀମାନଙ୍କୁ ସାମିଲ କରାଯିବ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଦେଶ- ନିର୍ମଳା ସୀତାରମଣ

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…